csstore

ଆଜାଦି କା ଅମୃତ ମହୋତ୍ସବ ପାଳନ : ଶହିଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲା ବରଗଡ଼ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ଶହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲା ବିଜେପି ଯୁବ ମୋର୍ଚ୍ଚା । ଏହି ଅବସରରେ ରାଜମାତା ମମତା ସିଂ ବାରିହାଙ୍କ ପାଦ ଧୋଇ ତାଙ୍କୁ ସମ୍ମାନିତ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଯୁବମୋର୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଶହୀଦ ବୀର ମାଧୋ ସିଂ ଓ ତାଙ୍କ ଚାରି ପୁଅ ହଟେ ସିଂ, କୁଞ୍ଜଳ ସିଂ, ବୈରି ସିଂ, ଐରି ସିଂ କେମିତି ଇଂରେଜ ମାନଙ୍କ ବିପକ୍ଷରେ ଲଢେଇ କରି ସମସ୍ତେ ନିଜର ଜୀବନ ଦେଇଥିଲେ ତାହା ବିଷୟରେ ଅଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ଗୋଟିଏ ପରିବାରର ଏତେ ଜଣ ସଦସ୍ୟ ଦେଶର ଆଜାଦି ପାଇଁ ଲଢ଼ି ନିଜର ଜୀବନ ଦେବା ବିଶ୍ୱ ଇତିହାସରେ ବିରଳ ଅଟେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ପ୍ରିତେଶ ବହିଦାର, ଜିଲ୍ଲା ସମ୍ପାଦକ ଘନଶ୍ୟାମ ସାହୁ, ଘେସଁ ମଣ୍ଡଳ ସଭାପତି ନିମାଇଁ ସାହୁ, କୁଶ ସାହୁ, ବ୍ରଜ ମୋହନ ନାୟକ, ସୁଜିତ ସରାଫ, ବୀର ମେହେର, ନରେଶ ଅଗ୍ରୱାଲ, ଦିନେଶ ବାରିକ, ରାଜା ମିର୍ଦ୍ଧା, ଅଭୟ ବାଗ, ଚତୁର୍ଭୁଜ ସାହୁ, ମଣ୍ଟୁ ସାବତ, ପୁସ୍ତମ ମେହେର, ୱାରିସ ଖାନ, ନିରୋଜ ମେହେର, ରାଜା ମେହେର ପ୍ରମୁଖ ସାମିଲ ଥିଲେ ।

jayashree
Leave A Reply

Your email address will not be published.