କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ଓରିଏଣ୍ଟସନ୍‌ ମିଶନ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ରାଜ୍ୟରେ କରୋନା ଯୋଗୁଁ ଦୁଇବର୍ଷ ବିଦ୍ୟାଳୟ ବନ୍ଦ ପରେ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମସ୍ତ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ ପାଇଁ ଆସୁଛନ୍ତି ହେଲେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୌଳିକ ସାକ୍ଷରତା ଓ ଗଣିତ ଜ୍ଞାନ ବଢେଇବା ପାଇଁ ହିଁଆଲ କ୍ଳଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜନପ୍ରତିନିଧିମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଚଟୁଅନକାରେ ଶିକ୍ଷକ ବ୍ରଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଚଟୁଅନକା ସରପଂଚ ଜ୍ଞାନ ରଂଜନ ତାଣ୍ଡି, ବୁରୋମାଲ ସରପଂଚ ଜଗନ୍ନାଥ ନାଗ ଯୋଗଦେଇଥିଲେ । ସର୍ବ ପ୍ରଥମେ ମା’ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପ, ଧୂପ ଅର୍ପଣ କରାଯାଇଥିଲା । ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସାଧନକର୍ମୀ ବିରଂଚି ନାରାୟଣ ଦାଶ ସ୍ୱାଗତ ଅଭିଭାଷଣ ଦେବା ସହିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପରବର୍ତ୍ତୀ ସମୟରେ ସିଆର୍‌ସିସି ଅମରେନ୍ଦ୍ର କୁମାର ବାଗ କିପରି କାର୍ଯ୍ୟକ୍ରମ ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ହେବ ତାରି ଉପରେ ଆଲୋଚନା କରିଥିଲେ । ସାଧନକର୍ମୀ ବିରଂଚି ନାରାୟଣ ଦାଶ କହିଲେ ଯେ, ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ସେମାନଙ୍କୁ ଶିକ୍ଷା ମନସ୍କ କରିହୁଏ ତେଣୁ ଜଣେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ଜଣେ ଭୁତପୂର୍ବ ଭିନ୍ନକ୍ଷମ ଛାତ୍ର ଚକ୍ରଧର ମାଝୀର ଉଦାହରଣ ଦେବା ସହିତ ତାଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ କଥାବାର୍ତ୍ତା କରାଇଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ପୁଷ୍ପା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ଶୋଭା ରଣା, ଶିକ୍ଷକ ସୌରଭ ବେହେରା, କିଶୋର ବରିହା, ଡିଙ୍ଗର ତାଣ୍ଡି ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.