oom

ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ବରଗଡ଼ ଗସ୍ତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଜୟ କୃଷ୍ଣ ପଟେଲ ଗତକାଲି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ସେ ଜିଲ୍ଲାର ସିଭିଲ ସୋସାଇଟିର ସଭ୍ୟ ସଭ୍ୟାମାନଙ୍କୁ ଭେଟି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ମଧ୍ୟରେ ଜିଲ୍ଲାରେ ୨୪ ଘଣ୍ଟିଆ ଔଷଧ ଦୋକାନ ଖୋଲିବା, ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଆଉ ଏକ ମହାପ୍ରୟାଣ ଗାଡ଼ି ଯୋଗାଇବା, ବରଗଡ଼ ସହରରେ ଟ୍ରାଫିକ ସମସ୍ୟାର ସମାଧାନ, ମୁଖ୍ୟ ଡାକ୍ତରଖାନାରେ ଅସ୍ଥିଶଲ୍ୟ ବିଶେଷଜ୍ଞ, ନିସ୍ତେଜକ ବିଶେଷଜ୍ଞ ନିଯୁକ୍ତି, ବ୍ଲଡ଼ ପୃଥିକିକରଣ ୟୁନିଟ କାର୍ଯ୍ୟକ୍ଷମ, ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ, ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ, ଚାଷୀଙ୍କ ଧାନ ସଂଗ୍ରହ ସମୟରେ ଅଧିକ ଗୋଦାମ ଘର ଓ ସହାୟକ ମୂଲ୍ୟ ପ୍ରଦାନ, ଶୀତଳ ଭଣ୍ଡାର ନିର୍ମାଣ, ଆଖୁ ଚାଷୀଙ୍କୁ ପ୍ରୋତ୍ସାହିତ ସହ ବରଗଡ଼ ଚିନି କଳ କାର୍ଯ୍ୟକ୍ଷମ ଆଦି ସମସ୍ୟା ସମ୍ପର୍କରେ ପ୍ରତିନିଧି ମାନେ ନ୍ୟାୟମୂର୍ତ୍ତିଙ୍କୁ ଅବଗତ କରିଥିଲେ ।
ଦ୍ବିତୀୟ ପର୍ଯ୍ୟାୟରେ ସେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ସମସ୍ୟାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ସିଭିଲ ସୋସାଇଟିର ସଭ୍ୟ ସଭ୍ୟାଙ୍କ ମଧ୍ୟରେ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଓକିଲ ସଂଘର ସଭାପତି ଚନ୍ଦ୍ର ଧ୍ଵଜ ଜାଲ, ସମ୍ପାଦକ ହରିହର ପ୍ରଧାନ, ଲିପସିତ ମିଶ୍ର, ଡାକ୍ତର ସସ୍ମିତା ଦାସ, ସୁମନ ସାଉଡିଆ, ଚେମ୍ବର ଅଫ୍‌ କମର୍ସର ସଭାପତି ଦିଲିପ୍ ସାଉଡିଆ, ନିଷ୍ଠାର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ପ୍ରମୁଖ ପ୍ରତିନିଧିତ୍ଵ କରିଥିଲେ । ସେହିପରି ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ, ଉପ ଜିଲ୍ଲାପାଳ ସୁଭେନ୍ଦୁ କୁମାର ସାମଲ, ଅତିରିକ୍ତ ଏସ୍‌ପି ଓ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.