jsm

ରମ୍ଭା ଏନ୍‌ଏସିରେ ଜଳ ସ୍ୱଛତା ଦିବସ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ଭୁକ୍ତ ଧୋବାସାହି ପୋଖରୀ ପ୍ରକଳ୍ପ ନିର୍ଦ୍ଧେଶକ (ଛତ୍ରପୁର) ସଚ୍ଚିଦାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳ ସ୍ୱଛତା କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ସହ ସ୍ବେଛାସେବୀ ମାନଙ୍କୁ ସ୍ୱଛତା ବାର୍ତ୍ତା ସଚେତନତା ସୃଷ୍ଟି କରିଥିଲେ । ଏଥିସହ ଧୋବାସାହି ପୋଖରୀର ଦଳ, ଘାସ, ଅନାବନା ଗଛ ଓ ପ୍ଲାଷ୍ଟିକ ମୁକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟିକା ସଂଘ, ସମସ୍ତ ନବନିର୍ବାଚିତ କାଉନସିଲର, ଏନ୍‌ଏସି କର୍ମଚାରୀ, ଯୁବ ଓ ଛାତ୍ର ଯୋଗଦେଇ ଶୋଭା ବଢ଼ାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ତଥା ରମ୍ଭା ଏନ୍‌ଏସି ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିର୍ମୟ ଦାଶ, ଭାରତୀ ନାୟକ(ସିଇଓ) ଦୀପକ କୁମାର ବିଷୋୟୀ, ବିକ୍ରମ କୁମାର ସାମଲ, ଜି ସଂଗ୍ରାମ ଚୌଧୁରୀ, ସୁକାନ୍ତ ମହାରଣା, ମନୋଜ ଘଡ଼ାଇ, ମନୋଜ କୁମାର ସେନାପତି, ନିରଞ୍ଜନ ନାୟକ, ମନୋଜ ପାଇକରାୟ, ନାଗରାଜ ତରାଇ, ନବନିର୍ବାଚିତା ଅଧ୍ୟକ୍ଷା ମାନସୀ ସ୍ୱାଇଁ, ଅଧ୍ୟକ୍ଷା ପ୍ରତିନିଧି, କାହ୍ନା ସ୍ୱାଇଁ, ନଗର ସଭାପତି ସିମାଞ୍ଚଳ ବାଡ଼ତ୍ୟା, ଉପ ନଗରପାଳ କାଳିଆ ତରାଇ, ଅଭିନାଥ ବେହେରା, ସୁବାଷ ବେହେରା, ବାବୁଲା ସେଠି, ମହେଶ୍ୱେତା ଦାସ, ତିଳୋତ୍ତମା ବେହେରା ବେହେରା ବହୁ ଦଳୀୟ କର୍ମୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.