csstore

ଘଣ୍ଟି ସାହିତ୍ୟ ଘର ଚିପିଲିମା ପକ୍ଷରୁ ୩୧ତମ ଗଳ୍ପ ଆସର ଆୟୋଜିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଘଣ୍ଟି ସାହିତ୍ୟ ଘର ଚିପିଲିମା ପକ୍ଷରୁ ଗତକାଲି ହିନ୍ଦୁ ନବ ବର୍ଷ ହନୁମାନ ଜୟନ୍ତୀ ପଣା ସଂକ୍ରାନ୍ତି ତଥା ସମ୍ବିଧାନ ପ୍ରଣେତା ଡ଼ ଭୀମରାଓ ଆମ୍ବେଦକରଙ୍କର ଜୟନ୍ତୀ ଅବସରରେ ୩୧ତମ ଗଳ୍ପ ଆସରର ଆୟୋଜନ କରାଯାଇଥିଲା । ଏଥିରେ ମୋହିନୀ ହୋତା, ପ୍ରୀତିନନ୍ଦା ପାଣିଗ୍ରାହୀ, ସୁରେନ୍ଦ୍ର ମହାକୁର, ସରସ୍ଵତୀ ସାଲିମା, ପିଙ୍କୁ ରଣବିଡା ଏବଂ ନରୋତ୍ତମ ଦାସ ଗଳ୍ପ ପାଠ କରିଥିବା ବେଳେ କବି, ଗାଳ୍ପିକ ତଥା ସମୀକ୍ଷକ ଡ଼ ଅଚ୍ୟୁତ କୁମାର ରଥ ଗଳ୍ପ ଗୁଡିକୁ ଆଲୋଚନା କରିଥିଲେ । ଉପଦେଷ୍ଟା ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ମଧ୍ୟ ଗଳ୍ପ ଗୁଡିକ ଉପରେ ନିଜର ବାର୍ତ୍ତା ରଖିଥିଲେ । ସୁଧାଂଶୁ ଭୂଷଣ ଷଣ୍ଢ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆସରର ଆରମ୍ଭରେ ଗୀତା ଭୋଇ ହନୁମାନ ଭଜନ ପରିବେଷଣ କରିଥିଲେ । ସଂଗୀତା ମୋହନ ଗହିର ଅତି ସୁନ୍ଦର ଭାବରେ ଆସର ସଂଯୋଜନା କରିଥିଲେ । ଡ଼ ଅଜିତ କୁମାର ନାଥ, କ୍ଷେତ୍ରମଣି ବିଭାର, ଆଶୁତୋଷ ମେହେର, ଅକ୍ଷୟ ପଟ୍ଟନାୟକ, ସୂର୍ଯ୍ୟ ପାଢୀ, ରାଧାକାନ୍ତ ଭୋଇ, ଲିଙ୍ଗରାଜ ପୁଞ୍ଜି, ଭାରତୀ ପଣ୍ଡା, କେଦାରନାଥ ମହାନନ୍ଦ, ଟୁପେଶ ତ୍ରୀପାଠୀ, ଫିରୋଜ ପଟେଲ, ଚନ୍ଦ୍ରମଣି ଭିମ, ସାବିତ୍ରୀ ସାହୁ ଭଳି ସାହିତ୍ୟ ପ୍ରେମୀ ଏଥିରେ ଯୋଗଦେଇଥିଲେ । ସଂଗୀତା ମୋହନ ଗହିର ସଂଯୋଜିକା ଶ୍ରୋତା ମାନଙ୍କର ମତାମତ ନେଇଥିବା ବେଳେ । ଘଣ୍ଟି ସାହିତ୍ୟ ଘର ଚିପିଲିମାର ସଂପାଦକ ତରଣିସେନ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.