jsm

ଖପ୍ରାଖୋଲ ବ୍ଲକରେ ଶିକ୍ଷା ସଚେତନତା ରଥ ଅଭିଯାନ

csstore

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ଦୁଇ ବର୍ଷ ପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକରେ ସମଗ୍ର ଶିକ୍ଷା ବଲାଙ୍ଗିର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ ୧୦/୪/୨୨ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ଆଜି ତୃତୀୟ ଦିବସରେ ଶିକ୍ଷା ସଚେତନତା ରଥ ଦମେଇପାଲି କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ମାଟିଆଭଟା ଠାରୁ ସକାଳ ୭ ଘଟିକାରୁ ବାହାରି ବଡ଼ ଉଡ଼େନ ଉପ୍ରା ବିଦ୍ୟାଳୟ, କେଛୋବାହାଲ ଉପ୍ରା ବିଦ୍ୟାଳୟ, ଦମେଇପାଲି ଉପ୍ରା ବିଦ୍ୟାଳୟ, ଲୁହାସିଂହା କେନ୍ଦ୍ରସ୍ଥ ଜୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଉଡ଼ପାଲି ପ୍ରାଥମିକ ବିଦ୍ୟାଳୟ, ଡଙ୍ଗିଆବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଘମୁଣ୍ଡ କେନ୍ଦ୍ରସ୍ଥ ହ୍ୱିର୍ଲି ଉପ୍ରା ବିଦ୍ୟାଳୟ, ବାଘମୁଣ୍ଡ ଉପ୍ରା ବିଦ୍ୟାଳୟ, ଲୁହାଖାନ ପ୍ରାଥମିକ ବିଦ୍ୟାଳୟ, ଦୁନ୍ଦେଲ ଉପ୍ରା ବିଦ୍ୟାଳୟ, ଲୁହୁରେଟ ଉପ୍ରା ବିଦ୍ୟାଳୟ, କାଦୋପାଣି ପ୍ରାଥମିକ ବିଦ୍ୟାଳୟ, ଲୁହାସିଂହା କେନ୍ଦ୍ରସ୍ଥ ନାଗେନମାଲ ବିଦ୍ୟାଳୟ, ଗାଁ ଭଟଲି ପ୍ରାଥମିକ ବିଦ୍ୟାଳୟ, ଲୁହାସିଂହା ଉଚ୍ଚ ବିଦ୍ୟାଳୟ, ଲୁହାସିଂହା ପ୍ରାଥମିକ ବିଦ୍ୟାଳୟ ତଥା ବାହାଲଭଟଲୀ ଆଦି ବିଦ୍ୟାଳୟକୁ ଶିକ୍ଷା ସଚେତନତ ରଥ ପରିଭ୍ରମଣ କରାଯାଇଥିଲା । ଆଜିର ଶିକ୍ଷା ସଚେତନତା ରଥ ଅଭିଯାନ କାର୍ଯ୍ୟକ୍ରମରେ ସିଆର୍‌ସିସି ବନମାଳୀ ସାହୁ, ପଞ୍ଚାନନ କରନ, ମିତ୍ରଭାନୁ ପଧାନ, ସୁବାଷ ନାଗ, ରଞ୍ଜନ ମେହେର ଆଦି ପ୍ରମୁଖ ପରିଭ୍ରମଣ କରୁଥିଲେ । ପରିଭ୍ରମଣ ସମୟ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ପଥ ପ୍ରାନ୍ତ ସଭା କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲା । ଶତ ପ୍ରତିଶତ ଉପସ୍ଥାନ ତଥା ସବୁ ପିଲା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ସଚେତନତା ସୃଷ୍ଟି କରାଗଲା । ଏହା ସହ ପ୍ରଚାର ପତ୍ର ମଧ୍ୟ ବଣ୍ଟନ କରାଗଲା । ବିଦ୍ୟାଳୟ ମାନଙ୍କରେ ଶଙ୍ଖ ଘଣ୍ଟ, ଖୋଳ ତାଳ ମୁଦଙ୍ଗ ଆଦି ବଜାଇବା ସହ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପ୍ରଦର୍ଶନ କରି ରଥର ସ୍ୱାଗତ କରାଯାଇଥିଲା ।

yuvodaya
Leave A Reply

Your email address will not be published.