p purohi

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ସ୍ଵଚ୍ଛତା ପକ୍ଷ ପାଳିତ : ସ୍ଵଚ୍ଛତା ହିଁ ସେବା

dr. purohit
  • ବ୍ୟକ୍ତିଗତ ସ୍ଵଚ୍ଛତା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ଅପରିହାର୍ଯ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସ୍ଵଚ୍ଛତା ପକ୍ଷ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଡା. ପ୍ରଦୀପ କୁମାର ଗୁରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ, ହସ୍ପିଟାଲ ମେନେଜର୍ ଦେବସ୍ମିତା ପ୍ରମୁଖ ମଞ୍ଚାସୀନ ଥିଲେ । ସଭାରେ ଅତିଥିମାନେ ସ୍ଵଚ୍ଛତା ପକ୍ଷ ପାଳନ ୨୦୨୨ ବର୍ଷର ଉପରେ ଗୁରୁତ୍ଵାରୋପ କରି ବ୍ୟକ୍ତିଠାରୁ ଆରମ୍ଭ କରି ସାରା ବିଶ୍ୱକୁ କିପରି ସୁସ୍ଥ ରଖି ପାରିବା ତଥା ବ୍ୟକ୍ତି ବିଶେଷ ନିଜେ ନିଜର ସ୍ଵଚ୍ଛତା ତଥା ନିଜର ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିବା ସହିତ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତାର ବାର୍ତ୍ତା ନେଇ ବ୍ୟାପକ ଜନସଚେତନତା ସୃଷ୍ଟି ଉପରେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଏକ ରଙ୍ଗୋଲି ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଜେତା ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ପ୍ରମୋଦ କୁମାର ସାହୁ, ଏନ୍‌ଆର୍‌ସି, ପରାମର୍ଶ ଦାତା ଡିଏଚ୍‌ଏଚ୍‌, ସୁବର୍ଣ୍ଣପୁର ଓ ଗୀତାଞ୍ଜଳି ମେହେର ସଚେତନତା ସଭାର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିଲେ ଓ ଅବିନାଶ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.