ହାୱାଡା-କଂଟାବାଂଜି ଇସ୍ପାତ ସ୍ପେସାଲ ଏକ୍ସପ୍ରେସର ଶୁଭାରମ୍ଭ : କଂଟାବାଂଜିରେ ଏକ ମଲ୍ଟି ପରପୋଜ ପାର୍କର ନିର୍ମାଣ, ରେଲୱେ ଜମିର ଉନ୍ନତିକରଣ ସହ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଦାବୀ

କଂଟାବାଂଜି, (ମନୀଷ କୁମାର ହଂସ) : ମଂଗଲବାର ଦିନ ପ୍ଲାଟ ନଂ. ୧ରେ କଂଟାବାଂଜି-ହାୱାଡା ସ୍ୱତନ୍ତ୍ର ଏକ୍ସପ୍ରେସ ଚଳାଚଳର ଶୁଭ ଉଦ୍‌ଘାଟନ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଟାବାଂଜି ରେଳ ଷ୍ଟେସନର ପ୍ଲାଟ ଫର୍ମ ନଂ. ୧ ସହ ୨ ଓ ୩କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜ ସହ ଟ୍ରେନ କୋଚ ଇଣ୍ଡିକେଟରର ମଧ୍ୟ ଉଦ୍‌ଘାଟନ ହୋଇଛି । ଏହି ଅବସରରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତ କୁମାରୀ ସିଂଦେଓ (ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା ମଂଚାସୀନ ଥିବା ବେଳେ ଉଦ୍‌ଘାଟନୀ ସଭାର ଅଧ୍ୟକ୍ଷତା ପୂର୍ବତଟ ରେଲବାଇ ସମ୍ବଲପୁର ଡିଭିଜନର ଡିଆର୍‌ଏମ୍‌ ପ୍ରଦିମ କୁମାର ମଂଚାସୀନ ଥିଲେ । ଉଦ୍‌ଘାଟନୀ ସଭାକୁ ମୃତ୍ୟୁଂଜୟ ରଥ ପରିଚାଳନା କରିଥିବା ବେଳେ ଡିଭିଜିନାଲ ସୂଚନା ଓ ଲୋକ ସଂପର୍କ ଅଧିକାରୀ ତ୍ରିବିକ୍ରମ ସେଠ ତଦାରଖ କରିଥିଲେ । ଦୀର୍ଘ ୧୫ ବର୍ଷର ଦାବୀ ଟିଟିଲାଗଡ-ହାୱାଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସକୁ କଂଟାବାଂଜି ଯାଏ ସଂପ୍ରସାରଣ କରିବା ନେଇ ସହରର ବିଭିନ୍ନ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସହ ପୂର୍ବତନ ବିଧାୟକ ହାଜି ମହମ୍ମଦ ଅୟୁବ ଖାନଙ୍କ ଅକ୍ଲାନ୍ତ ପରିଶ୍ରମ ଉପରେ ଅତିଥିମାନେ ନିଜ ନିଜ ମତ ରଖିଥିବା ବେଳେ କଂଟାବାଂଜି ଯାଏ ସଂପ୍ରସାରିତ ଏକ୍ସପ୍ରେସ ପରବର୍ତି ସମୟରେ ଇସ୍ପାତ ଏକ୍ସପ୍ରେସ ରୂପେ ଚଳାଚଳ କରିବ । କଂଟାବାଂଜି ଅଂଚଳର ବିକାଶ ତଥା ନୂତନ ଟ୍ରେନ ଚଳାଚଳ ପାଇଁ ପୂର୍ବତନ ବିଧାୟକ ହାଜି ମହମ୍ମଦ ଅୟୁବ ଖାନ ସାଂସଦ ଶ୍ରୀମତୀ ସଂଗୀତ କୁମାର ସିଂଦେଓଙ୍କ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ରରେ ସିକେନ୍ଦରାବାଦ – ରାୟପୁର ଏକ୍ସପ୍ରେସକୁ କଂଟାବାଂଜି ଯାଏଁ ସଂପ୍ରସାରଣ, ତିରୁପତି-ବିଲାସପୁର ଏକ୍ସପ୍ରେସ ଟ୍ରେନକୁ ବନାରସ ପର୍ଯ୍ୟନ୍ତ, ବିଶାଖାପାଟଣା ବନାରସ ମଧ୍ୟରେ ନୂତନ ଏକ୍ସପ୍ରେସ ଟ୍ରେନ, ବିଶାଖାପାଟଣା- ଜମ୍ମୁ ତୱାଇ ଏକ୍ସପ୍ରେସକୁ କଟ୍ରା ପର୍ଯ୍ୟନ୍ତ ସଂପ୍ରସାରଣ, ସମ୍ବଲପୁର –ୟଶୋବନ୍ତପୁର ଏକ୍ସପ୍ରେସକୁ ଭାୟା ଟିଟିଲାଗଡ ଦେଇ ରାୟପୁର ପର୍ଯ୍ୟନ୍ତ, ଭୁବନେଶ୍ୱର- ନୂଆଦିଲ୍ଲୀ(ଭୟା-ଟିଟିଲାଗଡ) ମଧ୍ୟରେ ନୂତନ ଟ୍ରେନ, କଂଟାବାଂଜି-ହାୱାଡା (ଭାୟ ଟିଟିଲାଗଡ ଅନୁଗୁଳ, ଭଦ୍ରକ) ଭବାନିପାଟଣା- ନୂଆଦିଲ୍ଲୀ ଏକ୍ସପ୍ରେସ, ଭୁବନେଶ୍ୱର- ବଲାଙ୍ଗିର ଇଂଟରସିଟି ଏକ୍ସପ୍ରେସକୁ କଂଟାବାଂଜି ଯାଏଁ ସଂପ୍ରସାରଣ, ଇନ୍ଦୋର-ନାଗରପୁର ଏକ୍ସପ୍ରେସକୁ ବିଶାଖାପାଟଣା ଯାଏଁ ସଂପ୍ରସାରଣ, ଅମ୍ରିତସର- ନାଗପୁରକୁ ବିଶାଖାପାଟଣା ଯାଏଁ, ସମ୍ବଲପୁର-ବନାସୱାଡି ଏକ୍ସପ୍ରେସ ଚଳାଚଳ, ପୁରୀ- ସାଇନଗର ଚଳାଚଳ, ପୁରୀ- ଅହମ୍ମଦାବାଦକୁ ଓଖା ଯାଏଁ ସଂପ୍ରସାରଣ, ପୁରୀ–ସୁରଟକୁ ସୋମନାଥ ଯାଏଁ, ଦୁର୍ଗ- ରାମେଶ୍ୱରମ ଏକ୍ସପ୍ରେସକୁ ବିଶାଖାପାଟଣା ଯାଏଁ, ଇନ୍ଦୋର- ନର୍ମଦା ଏକ୍ସପ୍ରେସକୁ ବିଶାଖାପାଟଣା ଯାଏଁ ସଂପ୍ରସାରଣ ପାଇଁ ଦାବୀ ରଖିଛନ୍ତି ସେହିପରି କଂଟାବାଂଜି ଓ ଟିଟିଲାଗଡ ମଧ୍ୟରେ ରେଳବସ ଚଳାଚଳ ପାଇଁ ଦାବୀ ରହିଛି । ସେହିପରି ମୁରିବାହାଲ ରେଲ ଅଧିକାର ମଂଚ ତରଫରୁ ମୁରିବାହାଲ ଷ୍ଟେସନରେ ଦୁର୍ଗ ପୁରୀ ଇଂଟରସିଟି ଓ ବିଲାଶପୁର –ବିଶାଖାପାଟଣା ଏକ୍ସପ୍ରେସର ରହଣି ଦାବୀ କରାଯାଇଛି । କୋଭିଡ ମହାମାରୀ ଯୋଗୁଁ ରାୟପୁର-ବିଶାଖାପାଟଣା, ରାୟପୁର-ଜୁନାଗଡ ମଧ୍ୟରେ ଚଳାଚଳ କରୁଥିବା ପ୍ୟାସେଂଜର ଟ୍ରେନକୁ ଯଥା ଶୀଘ୍ର ଚଳାଚଳ କରିବା ପାଇଁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ହଜାର ହଜାର ସଂଖ୍ୟାରେ ଜନସାଧାରଣ ସାମିଲ ଥିବା ବେଳେ ପୂର୍ବତନ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ, କଂଟାବାଂଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଅୟୁବ ଖାନ, କଂଟାବାଂଜି ନଗରପାଳ ବରିୟାମ ସିଂ ସାଲୁଜା ସହ ଅନେକ ରାଜନେତା, ଅଫିସର୍ସ ସହ ରେଲବାଇ କତୃପକ୍ଷ ସାମିଲ ଥିଲେ ପରିଶେଷରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠ ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ ।

Leave A Reply

Your email address will not be published.