oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଉପଲକ୍ଷେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାିଛି । ଏକ ସୁନ୍ଦର ରଥରେ ଶ୍ରୀ ଗୋପାଳଜୀ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଇ ଶିଶୁମନ୍ଦିରକୁ ଅଣାଯାଇଥିଲା । ପରେ ଶିଶୁ ମନ୍ଦିରରୁ ସୁସଜ୍ଜିତ ରଥରେ ଘଣ୍ଟ ବାଦ୍ୟରେ ଶ୍ରୀରାମଙ୍କ ନାରା ଓ ଭଜନର ତାଳେ ତାଳେ ଶିଶୁ ଭାଇ ଭଉଣୀ ବନବାସୀ ରାମ, ସୀତା ଓ ଲକ୍ଷ୍ମଣ, ରାଜା ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ହନୁମାନ ବେଶରେ ୧୦ଟି ଦଳ ସୁସଜ୍ଜିତ ଅଟୋରେ ଏବଂ ହନୁମାନ ବେଶରେ ୧୮ ଜଣ ଭାଇ ସମେତ ଶତାଧିକ ଭାଇ ଭଉଣୀ ନଗର ଶୋଭାଯାତ୍ରାରେ ମେହେରପଡା, ଅହିଂସା କ୍ଳବ ଛକ, ହନୁମାନପଡା, ଭେଉଁରିଆ ଛକ, ସୂର୍ଯ୍ୟ ନଗର ମଧ୍ୟ ଦେଇ ଶ୍ରୀରାମ ନଗରକୁ ପରିକ୍ରମା କରାଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ସହରର ବିଭିନ୍ନ ସ୍ଥାନରେ ଝୋଟି ମୁରୁଜ କଳସୀ ବସାଇ ଶଙ୍ଖନାଦ, ହୁଲହୁଲି ପକାଇ ସ୍ୱାଗତ କରି ଶିଶୁମାନଙ୍କୁ ସରବତ, ମିଠା ଆଦି ଖୁଆଇ ଲୋକେ ଆନନ୍ଦ ପାଉଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ଲାଭ କରିଥିଲା ।

jittmm
Leave A Reply

Your email address will not be published.