ସୋହେଲା ପୋଲିସ ପକ୍ଷରୁ ଜଳଛତ୍ର ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ଜଳକ୍ଳିଷ୍ଟ ହେଲାଣି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ଏଇ ସମୟରେ ପଥଚାରୀଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ସୋହେଲା ପୋଲିସ ପକ୍ଷରୁ ଆଜି ଥାନା ସମ୍ମୁଖରେ ଜଳଛତ୍ର ଅଭିଯାନ ଆରମ୍ଭ ହୋଇଛି । ଜଳଛତ୍ରକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ପଥଚାରୀଙ୍କୁ ଥଣ୍ଡା ପାଣି ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଆଇସି ହରିବନ୍ଧୁ ଗଡତିଆ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.