ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୪.୯ ରେକର୍ଡ କରାଯାଇଛି । ଏହି ଭୂମିକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ଅନୁଯାୟୀ, ଆଜି ସକାଳ ୭ଟା ୨ ମିନିଟ୍‌ରେ ନିକୋବର ଦ୍ଵୀପ ସମୂହରେ ଭୂମିକମ୍ପ ହୋଇଛି । ଏହାପରେ ସ୍ଥାନୀୟ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ ଫଳରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଉଛି ।

Leave A Reply

Your email address will not be published.