ପାଇକମାଲ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛି ଟାଟା ପାୱାର : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛିଦିନ ପରେ ହେବ ମ୍ୟାଟ୍ରିକ ପରୀକ୍ଷା, ଛାତ୍ରଛାତ୍ରୀ ମାନେ ପାଠପଢ଼ା ଚିନ୍ତାରେ ଥିବା ବେଳେ ସେମାନଙ୍କ ସହ ଖେଳ ଖେଳୁଛି ଟାଟା ପାୱାର ବୋଲି ମତ ପ୍ରକାଶ ପାଉଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ରାତି ସମୟରେ ବିଜୁଳି କାଟ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢ଼ି ପାରୁ ନାହାନ୍ତି ଫଳରେ ତାଙ୍କର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି । ଏସବୁ ଜାଣି ସୁଦ୍ଧା ପାଇକମାଲ ଅଞ୍ଚଳ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ନିଦା ବିଷ୍ଣୁ ସାଜିଛନ୍ତି ଯାହାଦ୍ୱାରା ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି ବୋଲି ମତ ପ୍ରକାଶ ପାଉଛି । ଭୁବନେଶ୍ୱରପୁର, ପଥରେଳ ଯୋଗୀନ୍ଦ୍ରାନପୁର, ଛେତଗାଁ ଆଦି ଅଞ୍ଚଳରେ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାନବିକତା ଦୃଷ୍ଟିରୁ ଏଭଳି ପାୱାର କଟ ବନ୍ଦ କରିବାକୁ ଛାତ୍ରଛାତ୍ରୀ ମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.