କନିଷ୍ଠ ଶିକ୍ଷକଙ୍କୁ ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକରେ ଥିବା ୩୦ ଜଣ କନିଷ୍ଠ ଶିକ୍ଷକଙ୍କୁ ଗତକାଲି ଶିକ୍ଷକ ଲେଭେଲ ଭିବି ହିସାବରେ ପରିଗଣିତ କରିବା ପାଇଁ ଆଦେଶ ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଶିକ୍ଷକ ମାନେ ଉପସ୍ଥିତ ରହି ଆଦେଶ ପତ୍ର ଗ୍ରହଣ କରିଥିଲେ । ଶ୍ରୀମତୀ ଭୋଇ ଶିକ୍ଷକମାନଙ୍କୁ ସେମାନଙ୍କର ଦାୟିତ୍ୱ ତଥା କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଇବା ପାଇଁ ଉପଦେଶ ଦେଇଥିଲେ । ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ ତଥା କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜନ୍ମେଜୟ ପାତ୍ର ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକମାନଙ୍କର ତରଫରୁ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କର ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.