jsm

ଦିବଂଗତ କୃପାନିଧି ପଣ୍ଡାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୬ ତାରିଖ ଦିନ ପଦ୍ମପୁର ନିବାସୀ ଅବସରପ୍ରାପ୍ତ କାଇମବ୍ରାଞ୍ଚ ଡିଏସ୍‌ପି କୃପାନିଧି ପଣ୍ଡାଙ୍କ ସାଲେପୁରଠାରେ ଦେହାନ୍ତ ହୋଇଥିଲା । ସ୍ୱର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ ବ୍ଲକଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ତାଙ୍କର ବନ୍ଧୁ ଓ ଉପସ୍ଥିତ ଭଦ୍ର ମଣ୍ତଳୀ ତାଙ୍କ ସହିତ କଟାଇଥିବା ଅନେକ ମୂହୁର୍ତ୍ତର ସ୍ମୃତିଚାରଣ କରିଥିଲେ । ଏଇ ଶ୍ରଦ୍ଧାଞ୍ଜଳି ସଭାରେ ଜୟ ନାରାୟଣ ତ୍ରିପାଠୀ, ସ୍ୱରୂପ ପୁରୋହିତ, ବୁଦ୍ଧଦେବ ସାହୁ(ବୁଧୁ), ସୌମାକ୍ୟ ପଟ୍ଟନାୟକ, ଶଙ୍କର ପୁରୋହିତ, ପଞ୍ଚାନନ ସାହୁ, ସରୋଜ କୁମାର ରଥ, ବିଦ୍ୟାଧର ସାହୁ, ଦୁର୍ଗାମାଧବ ଦୋରା, ପ୍ରଦୀପ ଦୋରା, ବିମଳ ସାହୁ, ତ୍ରିବିକ୍ରମ ପାଣିଗ୍ରାହୀ, ନଟ ସାହୁ, ସୂର୍ଯ୍ୟ ପ୍ରସାଦ ହୋତା ଓ ଆହୁରି ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.