ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିୟୋଗରେ ବଲାଙ୍ଗିର ବିଜେପିର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ପୂର୍ବତନ ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ଅକାଳ ବିୟୋଗରେ ବଲାଙ୍ଗିର ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ଭକ୍ତବନ୍ଧୁ ନାୟକଙ୍କ ଅସମୟରେ ଇହଲୀଳା ସମ୍ବରଣ କରିବା ଜିଲ୍ଲା ତଥା ରାଜ୍ୟ ବିଜେପିକୁ ଅତି ବିଚଳିତ କରିଛି । ତାଙ୍କ ଅନୁପସ୍ଥିତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ । ବିଜେପି ନିଜର ଏକ ଦୃଢ଼ ସଂଗଠକ ହରାଇବା ସଂଗେ ସଂଗେ ଜିଲ୍ଲାବାସୀ ଜଣେ ଦରଦୀ ବନ୍ଧୁଙ୍କୁ ହରାଇଲେ । ତାଙ୍କ ଅସମୟ ବିୟୋଗରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ତଥା ବରିଷ୍ଟ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ଗଭୀର ଶୋକ ବ୍ୟକ୍ତ କରିବା ସଂଗେ ସଂଗେ ତାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.