
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଳ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆର ଆରାଧ୍ୟ ଠାକୁର ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀରାଧାମୋହନଦେବଙ୍କ ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ଯାତ୍ରା ଜମାଣ ଏପ୍ରିଲ ୧୫ ଆର୍ଥାତ ଶ୍ରୀ ବିଷ୍ଣୁଦମନକ ଚତୁର୍ଦ୍ଦଶୀ ଶୁକ୍ରବାର ମଧ୍ୟ ରାତ୍ରରେ ଜମିବ । ଏପ୍ରିଲ ୧୯ରେ ମେଳଣ ଉଦ୍ଯାପିତ ହେବ । ଏହି ଓଡିଶା ପ୍ରସିଦ୍ଧ ଦୟଣାଚୋରୀ ମେଳନ ଉତ୍ସବର ପ୍ରସ୍ତୁତି ବୈଠକ ଗତକାଲି ଅପରାହ୍ନରେ ଘୋରଦିଆ ହାଟ ବଜାରସ୍ଥିତ ପାଠାଗାର ପରିସରରେ ଡେଲାଙ୍ଗ ପ୍ରଶାସନିକ ଅଧିକାରୀ ଆଚଂଳିକ ଶାନ୍ତି ଓ ଉନ୍ନୟନ ପରିଷଦ କର୍ମକର୍ତ୍ତା, ସ୍ଥାନୀୟ ପଞ୍ଚାୟତ ଦ୍ୱୟର ସରପଞ୍ଚ, ସମିତିସଭ୍ୟା ଓ ରାଧାକାନ୍ତ ଦେବ ଏବଂ ରାଧାମୋହନ ଦେବ ମଠର ସଂଚାଳକଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମେଳଣ ସମୟରେ ଶାନ୍ତିଶୃଙ୍କଳା ରକ୍ଷା, ଆଲୋକିକରଣ, ସୌନ୍ଦର୍ଯ୍ୟିକରଣ, ଜଳ, ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟଅତିଥି ରୂପେ ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ତହାସିଲଦାର ନିବେଦିତା ପରିଡା ପ୍ରମୁଖ ଯୋଗଦେଇଥିଲେ । ଆଂଚଳିକ ବିକାଶ କମିଟିର ସଭାପତି ପ୍ରକାଶ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ରମେଶଚନ୍ଦ୍ର ପାଟଶାଣୀ ବୈଠକର ଆଭିମୁଖ୍ୟ ସର୍ମ୍ପକରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଂପାଦକ ଶଶିଶେଖର ରାୟ, ଉପଦେଷ୍ଟା ସମିତିର ସଭାପତି କମ୍ମୁର ମହମ୍ମଦ ଓ ପ୍ରାକ୍ତନ ସରପଚଂ ରବିନ୍ଦ୍ର କୁମାର ଦାସ ଦୟାଣାଚୋରୀ ଯାତ୍ରାର ଐତିହ, ପରମ୍ପରା, ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଘନିପୁର ପଞ୍ଚାୟତ ସରପଞ୍ଚ ପ୍ରତିମା ପାତ୍ର, ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରା, ସାଉରିଆ ପଚାୟତ ସରପଞ୍ଚ ପ୍ରଭାତୀ ବେହେରା, ସମିତିସଭ୍ୟା ଅର୍ଣ୍ଣପୂର୍ଣ୍ଣା ରଣଜିତ, ବ୍ୟବସାୟୀ ସଂଘର ସଭାପତି ତଥା ରାଧାମୋହନଦେବ ମଠର ସଂଚାଳକ ପ୍ରହଲ୍ଲାଦ ବଳିୟାରସିଂହ, ରାଧାକାନ୍ତ ଦେବ ମଠର ସଂଚାଳକ ସୋମନାଥ ମଙ୍ଗରାଜ(ବୁଲୁ) ପ୍ରମୁଖ ଉପସ୍ଥିତ ରହି । ଚଳିତବର୍ଷ କିପରି ଠାକୁରଙ୍କ ଯାତ୍ରାକୁ ସରସ ସୁନ୍ଦର କରାଯାଇପାରିବ, ମେଳଣ ସମୟରେ ଶାନ୍ତିଶୃଙ୍କଳା ରକ୍ଷା, ଆଲୋକିକରଣ, ସୌନ୍ଦର୍ଯ୍ୟିକରଣ, ଜଳ, ପରିମଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଶିବିର ନେଇ ଆଲୋଚନା କରାଯାଇଥିଲା । ବିଡିଓ ଶ୍ରୀ ଷଡଙ୍ଗୀ ଓ ତହସିଲଦାର ସୁଶ୍ରୀ ପରିଡା ମେଳଣ ପଡିଆ ପରିଦର୍ଶନ କରିବା ସହ ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଦିଆଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ପାତ୍ର, ବାବ ନବୈରିଗଜଂନ ଲିଳେନ୍ଦ୍ର ଜେନା, ସୟିଦ ମହମ୍ମଦ ରଙ୍ଗା ଖାଁ, ଉପସ୍ଥିତ ରହିଥିଲେ । ଶେଷରେ ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଲାଦ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।