lika

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଗଣଧାରଣା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର କୃଷକ ସଂଗଠନର ଆହ୍ୱାନ କ୍ରମେ ବରଗଡ ଜିଲ୍ଲା ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ, ରାଜବୋଡାସମ୍ବର ବ୍ଲକ, ସୋହେଲା ବ୍ଲକ, ବିଜେପୁର ବ୍ଲକ, ଝାରବନ୍ଧ ବ୍ଲକ ତଥା ପାଇକମାଲ ବ୍ଲକର ଶତାଧିକ ଚାଷୀ ପୂର୍ବ ନିର୍ଦ୍ଧାରିତ ସମୟ ଓ ଦିବସ ଅନୁସାରେ ଏକତ୍ରିତ ହୋଇ ପଦ୍ମପର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ତାଲା ଦେବାସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସଂଗଠନର ମଙ୍ଗୁଆଳ ଅଶୋକ ସାହୁ, ବରଗଡ ଜୟ କିଶାନ ଆନ୍ଦୋଳନର ପୂର୍ବତନ ସମ୍ପାଦକ ରମେଶ ମହାପାତ୍ର ତଥା ଆଞ୍ଚଳିକ କୃଷକ ସଂଗଠନର ନେତା ଲିଙ୍ଗରାଜ ପ୍ରଧାନଙ୍କୁ ଏ ନେଇ ପଚାରିବାରୁ ସେମାନେ କହନ୍ତି ଯେତେଦିନ ଯାଏଁ ଚାଷୀ ଭାଇମାନଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ହେବନି ସେତେଦିନ ଯାଏଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ସହ ଆମେ ଏଠାରୁ ହଟିବୁ ନାହିଁ । ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ମିଥ୍ୟା ପ୍ରତିଶୃତିକୁ ଆଉ କେତେଦିନ ଆମେ ବରଦାସ୍ତ କରିବୁ । ଦାବୀ ଗୁଡିକ ହେଲା ଗତ ଖରିଫ ଋତୁରେ ବର୍ଷାଭାବ ହେତୁ ସମ୍ପୂର୍ଣ୍ଣ ମରୁଡି ସୃଷ୍ଟି ହୋଇଥିବା ବେଳେ ଅଦ୍ୟାବଧି ଜାଣିଶୁଣି ସରକାର ନିରବ ତେଣୁ ମରୁଡି ଘୋଷଣା ସମେତ ମରୁଡି ସହାୟତା ରାଶି ପ୍ରଦାନ, ବୀମା କ୍ଷେତ୍ରରେ ରିଜେକ୍ଟ ରିଭର୍ଟ ନାଟକ ବାଜି ବନ୍ଦ କରି ତୁରନ୍ତ ଚାଷୀଙ୍କୁ ବୀମା ରାଶି ପ୍ରଦାନ, କୃଷି କ୍ଷେତ୍ରରେ ବିଦ୍ୟୁତ ବିଲ ସମ୍ପୂର୍ଣ୍ଣ ଛାଡ, ଜଳକର ଆଧାରରେ ଚାଷୀଙ୍କ ଠାରୁ ବିଲ ନେବା ଆଦି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏହି ଆନ୍ଦୋଳନରେ ପାଇକମାଲରୁ ରାହାସ ବିହାରୀ ସାହୁ, ବିଶ୍ୱନାଥ ରଣା, ବାଳକୃଷ୍ଣ ବନଛୋର, ଧବଳେଶ୍ୱର ସାହୁ, ନାନୁରାମ ସାହୁ, ଦହିତ ସାହୁ, ପାନଲାଲ ସେଠ, ଝାରବନ୍ଧରୁ ପ୍ରମୋଦ ରାଏ, ଅଶୋକ ସାହୁ, ଲଳିତ ନାୟକ, ପଦ୍ମପୁର ରୋହିତ ପଧାନ, ବାଞ୍ଛାନିଧି ପଧାନ, କୈଳାଶ ବାରିକ, ପଦ୍ମପୁର ନଗରରୁ ଅଜିତ ଶତପଥୀ, ଚିନ୍ମୟ ପଣ୍ଡା, କାହ୍ନୁ ମେହେର, ସୋହେଲାରୁ ସରୋଜ ଭୋଇ, ପ୍ରଭାତ ସାହୁ, ଗାଇସିଲେଟରୁ ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ଗଜପତି ସାହୁ, ଆନନ୍ଦ ଚନ୍ଦ୍ର ପଧାନ, ସମାରୁ ସାହୁ, କରମ ସିଂ ସାହୁ, ରଥୀ ସାହୁ, ବିରେନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରସାଦ ସାହୁ, ମୁକେଶ କୁମାର ସାହୁ, ଛବିଲ ସାହୁ ଓ ହଜାର ହଜାର ଚାଷୀ ସାମିଲ ହୋଇଥିଲେ ।

sandip
Leave A Reply

Your email address will not be published.