ପାଇକମାଲ ମୁଖ୍ୟ ଛକର ରାସ୍ତାରେ ଆଣ୍ଠୁଏ ପାଣି : ଯାତ୍ରୀ ହନ୍ତସନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ସଦର ଗ୍ରାମ ମୁଖ୍ୟ ଛକ ଉପରେ ଦୀର୍ଘ ମାସ ଧରି ସବୁବେଳେ ପାଣି ଜମା ହୋଇ ରହୁଥିବା ଅଭିଯୋଗ ହେଉଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଉକ୍ତ ରାସ୍ତା ଦେଇ ପାଇକମାଲ ବ୍ଲକ ଅଧିନସ୍ଥ କର୍ମଚାରୀ ମାନେ ଯାତାୟାତ କରୁଥିଲେ ସୁଦ୍ଧା ସେମାନେ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ମତ ପ୍ରକାଶ ପାଉଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇଥିବା ସ୍ଥଳେ ପାଇକମାଲ ସହରର ପାଇପ ଫାଟି ଅନବରତ ପାଣି ବୋହିବା ସ୍ଥାନୀୟ ପ୍ରଶାସନର ଅସଲ ମୁଖାକୁ ପଦାରେ ପକାଉଛି ବୋଲି ମତ ପ୍ରକାଶ ପାଉଛି । ଅପରପକ୍ଷରେ ପୂର୍ତ୍ତ ବିଭାଗ ତରଫରୁ ତିଆରି କରାଯାଇଥିବା ଉକ୍ତ ରାସ୍ତାର ମରାମତି ହୋଇନଥିବାରୁ ଛକରେ ଦୁର୍ଘଟଣା ହେବାର ସମ୍ଭାବନାକୁ କେହି ଏଡ଼ାଇ ଦେଇପାରିବେ ନାହିଁ ବୋଲି ମତ ପ୍ରକାଶ ପାଉଛି । ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.