ଜେ.ଏସ୍‌.ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟ ଦ୍ୱାରା ଫିଲ୍ମ ଫେଷ୍ଟିଭାଲ୍ ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନର ଥକ୍କାପଣ ଦୂର କରିବା ଏବଂ ଜୀବନକୁ ସର୍ବଦା ଗତିଶୀଳ ଏବଂ ସୁଗମ କରିବା ପାଇଁ ଜୀବନରେ ଯେ କୌଣସି ପ୍ରକାରର ମନୋରଞ୍ଜନ (ଚଳଚ୍ଚିତ୍ର) ରହିବା ଉଚିତ୍‌ । ପ୍ରତ୍ୟେକ ଚଳଚ୍ଚିତ୍ର ସମାଜକୁ ପ୍ରତିଫଳିତ କରିପାରେ ଏବଂ ମତାମତକୁ ପରିବର୍ତ୍ତନ କରିପାରେ । ଜେ.ଏସ୍‌.ଏମ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିରରେ ଗତ ୨ ତାରିଖ ଛାତ୍ର-ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କଲେଜ୍ ସହିତ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନେଇ କଲେଜ୍‌ର ଅଧ୍ୟକ୍ଷ୍ୟ ସି.ଏ ଶ୍ରୀକାନ୍ତ ଶର୍ମା ଏକ ଫିଲ୍ମ ଫେଷ୍ଟିଭାଲ୍‌ର ଆୟୋଜନ କରିଥିଲେ । ବଲାଙ୍ଗିରରେ ରୟାଲ ସିନେମା ହଲରେ କଲେଜ୍‌ର ଅଧ୍ୟକ୍ଷ୍ୟ ସି.ଏ ଶ୍ରୀକାନ୍ତ ଶର୍ମା ଓ କଲେଜ୍‌ର ନିର୍ଦ୍ଦେଶକ ସୁମନ ଶର୍ମାଙ୍କ ସହିତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କଲେଜ୍ ସହିତ ସଂଶ୍ଲିଷ୍ଟ ଥିବା ସମସ୍ତ ବ୍ୟକ୍ତି ରାଇଜ୍ ରୋର୍ ରିଭୋଲ୍ଟ (ଆର୍‌ଆର୍‌ଆର୍‌) ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ ।ଆର୍‌ଆର୍‌ଆର୍‌ ଚଳଚ୍ଚିତ୍ର ହେଉଛି ସିନେମାର ଏକ ସମ୍ପୂର୍ଣ୍ଣ କଳା ଯାହା ଦେଶପ୍ରେମ ସହିତ ଇତିହାସର କିଛି ପୃଷ୍ଠାକୁ ପୁର୍ନଃସମୀକ୍ଷା କରେ ।

Leave A Reply

Your email address will not be published.