ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ କର୍ମଚାରୀ ସଂଗଠନର ବୈଠକ ଅନୁଷ୍ଠିତ

ଚୌଦ୍ୱାର : ଅବସରପ୍ରାପ୍ତ ଏବଂ କାର୍ଯ୍ୟରତ ପୁଲିସ୍ କର୍ମଚାରୀ ମାନଙ୍କର ଏକ ବୈଠକ ଆଗ୍ରାହାଟ ସ୍ଥିତ ଐତିହାସିକ ବୈଦ୍ୟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କାମାଣ୍ଡାଣ୍ଟ ଶୈଳେନ୍ଦ୍ର ମୁଖୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ପୁଲିସ୍ କର୍ମଚାରୀ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଏବଂ କାର୍ୟ୍ୟରତ ପୁଲିସ ଓ ସେମାନଙ୍କ ପରିବାରର କଲ୍ୟାଣକୁ ନେଇ ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଉଭୟ ଅବସରପ୍ରାପ୍ତ ଓ କାର୍ୟ୍ୟରତ ପୁଲିସ୍ ମାନଙ୍କୁ ନେଇ ‘ଆନନ୍ଦମୟ’ ନାମରେ ଏକ ସଂଗଠନ ଗଠନ କରାଯାଇଥିଲା । ଏହି ସଂଗଠନ ମାଧ୍ୟମରେ ବିଭିନ୍ନ ଜନସେବା ଓ ଆଞ୍ଚଳିକ ଉନ୍ନୟନ କାର୍ୟ୍ୟ କରାଯିବାକୁ ନେଇ ବୈଠକରେ ସ୍ଥିର କରାଯାଇଥିଲା । ସମାଜସେବୀ ସହଦେବ ବରାଳ ବୈଠକରେ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ସଂଗଠନର ସଭାପତି ଭାବେ ଶୈଳେନ୍ଦ୍ର ମୁଖୀ, ଉପସଭାପତି ଆଦିକନ୍ଦ ମହାନ୍ତି, ସମ୍ପାଦକ ବାସୁଦେବ ସାମଲ, କୋଷାଧ୍ୟକ୍ଷ ଭାବେ ଚେରୁ ପ୍ରଧାନ ଓ ସବିତ୍ କୁମାର ଭୋଳଙ୍କୁ ମନୋନୀତ କରାଯାଇଥିଲା । ଏଥି ସହିତ ୮ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ସଂଗଠନର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.