ହେଟା ବାଘ ଆକ୍ରମଣରେ ୭ ଆହତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ହେଟା ବାଘ ଆକ୍ରମଣରେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ସଂରକ୍ଷିତ ଜଙ୍ଗଲକୁ ରେଙ୍ଗାଭାଟି ଗ୍ରାମର ମହିଳା ଓ ପୁରୁଷ ମହୁଲ ଫୁଲ ଗୋଟେଇବାକୁ ଯାଇଥିବା ବେଳେ ଏକ ହେଟାବାଘ ଆକ୍ରମଣ କରିଛି । ହେଟା ବାଘ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ଓ ଜଣେ ବାଳିକା ରହିଛନ୍ତି ।

ଆହତମାନେ ହେଲେ ଗର୍ଭବତୀ ସାନ୍ତୀ ଗଣ୍ଡ, ନାବାଳିକା ବତୀ ଗଣ୍ଡ ଏବଂ ସିଂଗସାୟ ଗଣ୍ଡ, କଳିଆ ଗଣ୍ଡ ବୋଲି ଜଣାପଡିଛି । ଏହି ଚାରି ଜଣଙ୍କ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଥିଲା । ସେହି ଭଳି ଟିମନ୍ ପୂର୍ ଗ୍ରାମର ଚାରିଜଣଙ୍କୁ ହେଟା ବାଘ ଆକ୍ରମଣ କରୁଥିବା ସୂଚନା ମିଳିଛି । ସମସ୍ତଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.