ଆମ୍ ଆଦମୀ ପାର୍ଟିର ନୂତନ ସଭ୍ୟଙ୍କ ଯୋଗଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ପଂଜାବରେ ଆମ୍ ଆଦମୀ ପାର୍ଟିର ଐତିହାସିକ ବିଜୟ ପରେ ଏବେ ଆପ୍ ପ୍ରତି ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ରବିବାର ବରଗଡ ଆମ୍ ଆଦମୀ ପାର୍ଟିରେ ୩୦ରୁ ଅଧିକ ନୂଆ ସଭ୍ୟ ଯୋଗ ଦେଇଛନ୍ତି । ଅତାବିରା, ଭେଡେନ, ସୋହେଲା, ଭଟଲି, ବରପାଲି ଓ ବରଗଡ ବ୍ଲକରୁ ନୂଆ ସଭ୍ୟମାନେ ଯୋଗ ଦେଇଥିଲେ । ଭ୍ରଷ୍ଟାଚାର ମୁକ୍ତ ଶାସନ, ଉନ୍ନତ ମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା, ୨୦୦ ୟୁନିଟ ବିଜୁଳି ଫ୍ରୀ, ପାଣି, ରୋଜଗାର ଭଳି ପ୍ରସଙ୍ଗକୁ ନେଇ ଆପ୍ ସଂଗଠନ କାର୍ଯ୍ୟ କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଅମିତାଭ ପାତ୍ର, ମାରିୟମ ବାର୍ଲା, ଅସିତ ସାହୁ, ପବିତ୍ର ଦେହେରୀ, ପୌଲସ୍ତ ସାହା ଉପସ୍ଥିତ ରହିଥିଲେ । ଆଗାମୀ ଗୋଟିଏ ମାସ ସଭ୍ୟ ସଂଗ୍ରହ ଅଭିଯାନ କରାଯିବ ।

Leave A Reply

Your email address will not be published.