ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସମୟାନୁବର୍ତ୍ତିତା ଶିକ୍ଷକ ଥିଲେ । କର୍ମମୟ ଜୀବନରେ ସେ ସଚ୍ଚୋଟ, ମିଷ୍ଟଭାଷୀ ଓ କର୍ମତତ୍ପର ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଜିଲ୍ଲାର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଥିଲେ । ଫିରିଙ୍ଗିଆ ବ୍ଲକରେ ମଧ୍ୟ କିଛି ଦିନ ରହି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ । ଗତ କିଛି ମାସ ତଳେ ସେ ଖଜୁରୀପଡା ବ୍ଲକରେ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ନିଜ ପୈତୃକ ଗ୍ରାମ ସୋନପୁର ନିଆଯାଇ ସେଠାରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଏକମାତ୍ର ପୁତ୍ର ୟୁଥ ଅଫ୍ କନ୍ଧମାଳ ସଭାପତି ଅଂଶୁମାନ ପ୍ରିୟଦର୍ଶନ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.