oom

ମାୟାବର୍ହା ହାଇସ୍କୁଲରେ ‘ବାଲ୍ୟ ବିବାହକୁ ନାଁ’ କାର୍ଯ୍ୟକ୍ରମ

jsmm

ମାୟାବର୍ହା, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଏକ ଦିବସୀୟ ‘ବାଲ୍ୟ ବିବାହକୁ ନାଁ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ ସଭାରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପରିଚାଳନାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟଅତିଥି ଭାବରେ ଡୁଙ୍ଗୁରିପାଲି ସିଡିପିଓ ଜୟନ୍ତୀ ଗଡତିଆ, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଏବିଇଓ ଗଂଜୁଲୁ ମିର୍ଦ୍ଧା, ବଟକୃଷ୍ଣ ପାଢୀ, ଡା.ଆଶିଷ କୁମାର ଗୋଏଲ, ମାୟାବର୍ହା ସରପଂଚ ପ୍ରମୋଦିନୀ ଯୁଆଡି, ସୁବର୍ଣ୍ଣପୁର ଚାଇଲଡ୍‌ଲାଇନ ତଥା ରେଆର ଅର୍ଗାନାଇଜେସନ୍‌ର କୋଅର୍ଡିନେଟର୍‌ ପ୍ରଭାମୟୀ ବେହେରା, ଆନନ୍ଦିନୀ ଷାଣ୍ଡ, ରାମପୁର ଥାମନାର ପୋଲିସ ପାରସନେଲ୍‌ ଦିପାଂଜଳୀ ପୋଢ, ଚନ୍ଦ୍ରକାନ୍ତୀ ସେଠୀ ପ୍ରମୁଖ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ଶିଶୁ ମାନଙ୍କ ମୁଖ୍ୟ ଚାରି ଗୋଟି ଅଧିକାର ଏବଂ ଆବଶ୍ୟକୀୟ କର୍ତବ୍ୟ ବିଷୟରେ ସମେବତ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଅତିଥି ବୃନ୍ଦ ଏବଂ ସାଧନ କର୍ମୀମାନେ ମାର୍ଗଦର୍ଶନ କରିଥିଲେ ଏବଂ ସୁବର୍ଣ୍ଣପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ରୂପରେ ପରିଣତ କରିବାରେ ସମସ୍ତେ ଯୋଗଦାନ କରିବାକୁ ଆହ୍ୱାନ କରିଥିଲେ । ନବମ ଶ୍ରେଣୀ ଛାତ୍ରୀ ଜ୍ୟୋସ୍ନା ସଚେତନ ଧର୍ମୀ ଡ୍ୟାନସ ପ୍ରଦର୍ଶନ କରିଥିବା ବେଳେ ରମିଝିମ କାର୍ଯ୍ୟକ୍ରମ ସଂପର୍କିତ ନିଜସ୍ୱ ମତାମତ ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଶିକ୍ଷକ ପ୍ରହଲ୍ଲାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଧରିତ୍ରୀ, ରୋଜିସ୍ମିତା, ଜସମିନ, ଟିକେଶ୍ୱରୀ, ଅର୍ପିତା, ସଂଜନା, ନିକିତା, ଚନ୍ଦନ, ଶୁଭମ, ସଂଜୀବ ପୂଜାରୀ, ମୀନକେତନ ଦାଶ, ବିଭିଷଣ ଖମାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.