ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ସାମାରୋହ ପାଳିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ସ୍କୁଲ ପିଲାମାନଙ୍କୁ ନେଇ ପ୍ରଭାତଫେରି ଏବଂ ଏସ୍‌.ଏଚ୍‌. ଜି. ମହିଳା ମାନଙ୍କୁ ନେଇ ରଙ୍ଗୋଲି ଚିତା ଝୋଟି ଆଦି ଆସର ଅନୁଷ୍ଠିତ ହୋଇଥିଲା । ପୌର-ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀ, ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ପ୍ରମୁଖଙ୍କ ସହ ନବନିର୍ବାଚିତ କାଉନ୍ସିଲର ଗଣ ଯୋଗଦେଇଥିଲେ । ସହରରେ ସ୍ଥାପିତ ହୋଇଥିବା ଉତ୍କଳର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ ଏବଂ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରଯାଇଥିଲା ।

Leave A Reply

Your email address will not be published.