csstore

କୋଶଲି ଭାଷାର ସାମ୍ବିଧାନିକ ସ୍ୱୀକୃତି ପାଇଁ ଗଣଧାରଣା

ବଙ୍ଗୋମୁଣ୍ଡା, (ପୁସ୍ତମ ଯୁଆଡି) : କୋଶଲି ସାହିତ୍ୟ ଅନୁଷ୍ଠାନ କଁସିଲ୍‌ ଓ ପ୍ରୟାସ ସାହିତ୍ୟ ଅନୁଷ୍ଠାନ କର୍ଲା ବାହାଲି ତରଫରୁ ବଙ୍ଗୋମୁଣ୍ଡା ଠାରେ କୋଶଲି ଭାଷାର ସାମ୍ବିଧାନିକ ମାନ୍ୟତା ଦାବୀରେ କୋଶଲି ସାହିତ୍ୟ ଅନୁଷ୍ଠାନ ଢ଼େକିସାଲ୍‌ର ସମ୍ପାଦକ କେକି ସିଂ ଭୋଇଙ୍କ ତତ୍ୱାବଧାନରେ ବଙ୍ଗୋମୁଣ୍ଡା ଠାରେ ଗଣଧାରଣା ଦିଆଯାଇଥିଲା । ଏହି ଧାରଣାରେ ପ୍ରୟାସ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ତଥା ଯୁବ କବି ଉମେଶ ବେହେରା, ଢ଼େକିସାଲ୍‌ର ସଭାପତି ଅନନ୍ତ ବାଗ୍, ପିଣ୍ଟୁ ଭୋଇ, ମୋହନ ପୁଟେଲ୍‌, ବେବୀ ସିଂ, ବୁଲୁ ଭୋଇ, ଉଗ୍ରେ ପୁଟେଲ, ସଞ୍ଜୁ ଭୋଇ, ଦୀପକ୍ ପୁଟେଲ୍‌, ହେମବନ୍ତ ଭୋଇ, ନକୁଳ ପୁଟେଲ, ବିଶେ ପୁଟେଲ, ଅର୍ଧେନ୍ଦୁ ଭୋଇ, ଗୋପାଳ ପୁଟେଲ୍‌, ସୋନୁ, ପିଣ୍ଟୁ, ବବଲୁ ଯୋଗ ଦେଇଥିଲେ । ଏହାର ସମର୍ଥନରେ ସ୍ଥାନୀୟ ଆଦିବାସୀ ନେତା ମଦନ ମୋହନ ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.