ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡ଼ାର ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସାଧୁଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକର ପଡ଼ାର ବରିଷ୍ଠ ସଦସ୍ୟଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇ ସଂଘର ନୂତନ କର୍ମକର୍ତ୍ତା ଚୟନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଆଲୋଚନା କରି ଶ୍ୱେତବାହାନ ସାହୁଙ୍କୁ ସଭାପତି, ବସନ୍ତ ଅଗ୍ରୱାଲଙ୍କୁ ଉପସଭାପତି, ଦୂର୍ବାଦଳ ସାହୁଙ୍କୁ ସମ୍ପାଦକ, ଅମୂଲ୍ୟ ବାରିକଙ୍କୁ ସହ ସମ୍ପାଦକ ଓ ରମେଶ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା । ସଂଘ କର୍ମକର୍ତ୍ତା ଚୟନ ପରେ ବାର୍ଷିକ ଆୟ ବୟର ତର୍ଜମା କରାଯିବା ପରେ ଦେଓଗାଁ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ନିନା ଛତ୍ରିଆଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ସଂଘର ଉନ୍ନତି ଦିଗରେ କାମ କରିବାକୁ ଆଲୋଚନା ହୋଇଥିଲା । ଏହାପରେ ରାମ ଲୀଳା ନାଟକ ପାଇଁ କଳାକାର ଚୟନ କରାଯାଇଥିଲା । ଶେଷରେ ସମ୍ପାଦକ ଦୁର୍ବାଦଳ ସାହୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.