csstore

ଫିରିଙ୍ଗିମାଲ ପଞ୍ଚାୟତର ନବ ନିର୍ବାଚିତ ୱାର୍ଡ ମେମ୍ବର ସଭ୍ୟସଭ୍ୟାମାନଙ୍କ ଶପଥ ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ୍ ଫିରିଙ୍ଗିମାଲ ପଞ୍ଚାୟତରେ ନବ ନିର୍ବାଚିତ ୱାର୍ଡ ମେମ୍ବର ସଭ୍ୟ ସଭ୍ୟାମାନେ ଶପଥ ପାଠ କଲେ । ପଞ୍ଚାୟତକୁ ଆସୁଥିବା ଅନେକ ଉନ୍ନତିମୂଳକ କାମ ଅବା ଗ୍ରାମାଞ୍ଚଳରେ ବସବାସ କରୁଥିବା ନିରୀହ ଗରିବ ଲୋକମାନଙ୍କ ପାଖକୁ ଅନେକ ଯୋଜନା ସୂଚାରୁ ରୂପେ ପହଁଚିବ ଅବା କୌଣସି ଲାଞ୍ଚ ଦୁର୍ନୀତି ଚଲିବ ନାହିଁ ନବ ନିର୍ବାଚିତ ସରପଞ୍ଚଙ୍କ ଆଦେଶ କ୍ରମେ ସମାରୁ ସାହୁ ଗୋଟିଏ ପରେ ଗୋଟିଏ ୱାର୍ଡ ମେମ୍ବର ମାନଙ୍କୁ ଶପଥ ପାଠ କରାଇଥିଲେ । ପ୍ରଥମ ବୈଠକରେ ଏହି ଶପଥ ପାଠ କରି ଆଗାମୀ ପାଂଚ ବର୍ଷରେ ଫିରିଙ୍ଗିମାଲ ପଞ୍ଚାୟତଙ୍କୁ ଦୁର୍ନୀତି ମୁକ୍ତ କିମ୍ବା ଆଦର୍ଶ ପଞ୍ଚାୟତ କରାଇବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ନାୟକ ସରପଞ୍ଚ ମୀରା ସାହୁ, କାର୍ଯ୍ର ନିର୍ବାହୀ ଅଧିକାରୀ ରଞ୍ଜିତ ସିଂ ବରିହା, ଜିଆର୍‌ଏସ୍‌, ଶାନ୍ତନୁ କୁମାର ସାହୁ, ଜଳପରିମଳ ଏ.ସି.ଏମ୍‌ ଅକ୍ଷୟ ସାହୁ, ଶୁକ୍ରୁ ଡୁଡୁକା, କୃଷ୍ଣ ପାଣ୍ଡେ, ପୂର୍ବତନ ନାୟବ ସରପଞ୍ଚ ସୁରେନ୍ଦ୍ର ସାହୁ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.