ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠଙ୍କ ବିୟୋଗରେ ଶୋକ ସଭା ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଓକିଲ ସଂଘ ପକ୍ଷରୁ ଗତକାଲି ସଂଘର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରିପୁ ନାଥ ସେଠଙ୍କ ବିୟୋଗରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା । ବରିଷ୍ଠ ସଭ୍ୟ କୁଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱର୍ଗତ ରିପୁ ନାଥ ସେଠଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପରେ ସଦସ୍ୟ ମାନେ ତାଙ୍କ ବିୟୋଗରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସଭାରେ ସଂଘର ସମ୍ପାଦକ ହରିହର ପ୍ରଧାନ, ଅନନ୍ତଶୟନ ପାଢ଼ୀ, ନିଧୁବନ ପଣ୍ଡା, ନିପନ ଦାଶ, ସରୋଜ ଷଡ଼ଙ୍ଗୀ, ମୋତି ଲାଲ ଦାଶ, ଶରତ ପ୍ରଧାନ, ହରଦିପ ସିଂ ପ୍ରମୁଖ ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.