oom

ଭଟଲି ବ୍ଲକ ବରିଷ୍ଠ ନାଗରିକ ସଂଘର ବାର୍ଷିକ ସାଧାରଣ ସଭା

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକକୁ ଏସିରା ଗ୍ରାମ ଗୋବର୍ଦ୍ଧନ ପୀଠରେ ଭଟଲି ବ୍ଲକ ବରିଷ୍ଠ ନାଗରିକ ସଂଘର ୪ର୍ଥ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ବାଙ୍କ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ଜିଲ୍ଲା ସଭାପତି ପ୍ରମୋଦ ଝାଙ୍କର, ସମ୍ପାଦକ ପ୍ରହଲ୍ଲାଦ ମହାପାତ୍ର, ନବ ନିର୍ବାଚିତ ଭଟଲି ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନାଗରିକ ନିତ୍ୟାନନ୍ଦ ପ୍ରଧାନ, ଦେବଦତ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସୁବିଧା, ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ପ୍ରାରମ୍ଭରେ ଦଧିବାମନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ । ସମ୍ପାଦକ ଜଗଦୀଶ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶେଷରେ ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.