csstore

ଆଜାଦି କେ ଅମୃତ ମହୋତ୍ସବ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ସଂଗ୍ରାମର କଥା ଉପରେ ଆଲୋଚନାଚକ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିକାଶ ସ୍କୁଲ୍ ସମ୍ମିଳନୀ କକ୍ଷରେ ଆଜାଦି କେ ଅମୃତ ମହୋତ୍ସବ ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ସଂଗ୍ରାମର କଥା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାଉନସିଲ ଫର୍ ସୋସିଆଲ ଡେଭଲପମେଣ୍ଟ, ହାଇଦ୍ରାବାଦ ଓ ସ୍ୱୟଂସିଦ୍ଧା ଫାଉଣ୍ଡେସନ ବରଗଡ ତଥା ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ୍, ବରଗଡର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱୟଂସିଦ୍ଧା ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ସୁଶିଲ ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ର “ସ୍ଵାଧୀନତା ସଂଗ୍ରାମୀଙ୍କ ସଂଗ୍ରାମର କଥା” ଶୀର୍ଷକ ଆଲୋଚନାଚକ୍ରରେ କାଉନସିଲ ଫର୍ ସୋସିଆଲ ଡେଭଲପମେଣ୍ଟ, ହାଇଦ୍ରାବାଦର ଆଞ୍ଚଳିକ ନିର୍ଦ୍ଧେଶକ ଡ. ସୁଜିତ୍ ମିଶ୍ର ଅତିଥି ବକ୍ତା, ସାହିତ୍ୟିକ ତଥା ଶିକ୍ଷାବିତ୍ ଡ. ସୁଜିତ୍ ପୃଷେଠ ମୁଖ୍ୟ ବକ୍ତା, ବିକାଶ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ଵର ରାଓ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ । ବିକାଶ ଗ୍ରୁପର ନିର୍ଦ୍ଧେଶକ ଡ. ସମରେନ୍ଦ୍ରନାଥ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ, ସ୍କୁଲ୍‌ର ଛାତ୍ରୀମାନେ ସ୍ୱଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ ଓ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଘେଁସ ବୀର ଶହୀଦ ମାଧୋ ସିଂଙ୍କ ଦାୟଦ ରାଜମାତା ମମତା ସିଂ ବରିହା, ଅତାବିରା ବ୍ଲକ କୁଲୁଣ୍ଡା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ହୃଷିକେଶ ନାୟକଙ୍କ ପୁତ୍ରୀ ସୁଭ୍ରକାନ୍ତି ନାୟକ, ପାଣିମୋରାର ସ୍ଵାଧୀନତା ସଂଗ୍ରାମୀ ଫୁଲସର ପ୍ରଧାନଙ୍କ ଦାୟଦ ଦେଶବନ୍ଧୁ ପ୍ରଧାନ, ଅନ୍ତରାଡ଼ିର ସ୍ଵାଧୀନତା ସଂଗ୍ରାମୀ କମଳ ସିଂ ଦାଓଙ୍କ ଦାୟଦ ପ୍ରଦୀପ କୁମାର ସିଂ ଦେଓ, ଲୋକନୃତ୍ୟ କଳାକାର ବରଗଡର ଶଙ୍କର ପଟ୍ଟନାୟକ ଓ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାର ସଂଯୋଜନା କରିଥିଲେ ଅଧ୍ୟାପକ ଦିନେଶ ଅଗ୍ରୱାଲ । କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିନ୍ମୟ ସାହୁ । ଏହି ଅବସରରେ ଶଙ୍କର ପଟ୍ଟନାୟକ ଓ ସାଥୀଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ଓ ଭାଗବତ ପ୍ରଧାନ ଓ ସାଥୀଙ୍କ ଦ୍ଵାରା ଶବ୍ଦନୃତ୍ୟ ପରିବେଷିତ ହୋଇଥିଲା ।

jayashree
Leave A Reply

Your email address will not be published.