csstore

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ସିମାରେ ଥିବା ଶାନ୍ତି ବନ ଠାରେ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ କଲେଜ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅଭିଭାବକ/ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜର ଅଧ୍ୟକ୍ଷ ଶାନ୍ତନୁ କୁମାର ମହାପାତ୍ର, ଉପାଧ୍ୟକ୍ଷ ତଥା ଜନ ସମ୍ପର୍କ ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ, ପ୍ରିନ୍ସିପାଳ ଆଶିଷ କୁମାର ସାହୁ, ଧୃତି ସୁନ୍ଦର ଜେନା, ରଶ୍ମିରଞ୍ଜନ ବରାଳ, କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଥିବା ଜନ ସମ୍ପର୍କ ଅଧିକାରୀ ଅନିରୁଦ୍ଧ ବାଗ ପ୍ରମୁଖ ଯୋଗ ଦେଇ ଅଭିଭାବ ଅଭିଭାବିକାମାନଙ୍କ ସହିତ ନିଜ ନିଜର ପୁଅ ଝିଅ ମାନଙ୍କୁ କିପରି ଗାଇଡ଼ କରିବେ ସେ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସନମାନୀତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଭିଭାବକ ସୁଦାମ ବାରିକ, ଲମ୍ବୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ଭୋଦେବ ସାହୁ, ପ୍ରେମ ଗୋପାଳ ସାହୁ, ଜୟରାମ ସାହୁ, ମିତ୍ରେ ସନସାହୁ, ଭୋଳାନାଥ ସାହୁ, ମାନସିଂହ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.