jayashree

ପାଟଣାଗଡ଼ ବିଜେଡି ପକ୍ଷରୁ ନିର୍ବାଚନରେ ବିଜୟୀଙ୍କ ଐତିହାସିକ ବିଜୟ ଶୋଭାଯାତ୍ରା

  • ଅଭୂତପୂର୍ବ ବିଜୟ ଲାଭ ପାଇଁ ଜନସାଧାରଣଙ୍କ ଠାରେ ଚିରକୃତଜ୍ଞ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଧାୟକ ସରୋଜ କୁମାର ମେହେର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ଓ ପାଟଣାଗଡ଼ ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା, ଜିଲ୍ଲା ପରିଷଦ ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷା, କାଉନସିଲର ମାନଙ୍କୁ ନେଇ ଗତକାଲି ପାଟଣାଗଡ଼ ବିଜେଡି ପକ୍ଷରୁ ଏକ ଐତିହାସିକ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବ୍ଲକ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବିହାରି ସହର ପରିକ୍ରମା କରାଯାଇଥିଲା । ଏଥିରେ ଫୁଲମାଳରେ ସୁସଜ୍ଜିତ ହୋଇଥିବା ଏକ କାରରେ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ଠିଆ ହୋଇ ପୌର ନିର୍ବାଚନ ଓ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ମାତ୍ରାରେ ସମର୍ଥନ କରି ବିଜେଡି ଦଳ ଅଭୂତପୂର୍ବ ବିଜୟ ଲାଭ କରିଥିବାରୁ ସହରବାସୀ ତଥା ଜନସାଧାରଣ ହାତ ଯୋଡ଼ି ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ । ସେହିପରି ବେଳୁନ ସହ ବିଜେଡି ଦଳୀୟ ଶଂଖ ଚିହ୍ନ ଥିବା ପତାକାରେ ସୁସଜ୍ଜିତ ହୋଇଥିବା ତିନୋଟି ଟ୍ରକ ଓ ଟ୍ରାକ୍ଟର ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସରପଞ୍ଚ ସମିତି ସଭ୍ୟ ଓ ପୌର ପରିଷଦ ଅଧ୍ୟକ୍ଷା କାଉନସିଲର ମାନେ ଠିଆ ହୋଇ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଥିଲେ । ଶୋଭାଯାତ୍ରାରେ ଘୋଡ଼ା ନାଚ, ସଂକିର୍ତନ ଦଳ, ଦୁଳଦୁଳି ବାଜା ଦଳ ଯୋଗ ଦେଇ ନୃତ୍ୟ ଗୀତ ପରିବେଷଣରେ ସହର ଅନେକ ଦୁଳୁକି ଉଠିଥିଲା । ଏଥିରେ ପାଟଣାଗଡ଼ ପୌର ପରିଷଦ ନିର୍ବାଚିତ ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସହ କାଉନସିଲ ପ୍ରଫୁଲ୍ଲ ମେହେର, ହେମମତୀ ମେହେର, ସୁଜିତ ମେହେର, ଉଷାରାହା, ଶ୍ରୀରାମ ଦଲେଇ, ଭାରତୀ ଯୁଗଳ, ରୁନା ମହାନନ୍ଦ, ସୁରେନ୍ଦ୍ର ସା, କେଶରୀ ମେହେର, କଲ୍ୟାଣୀ ମେହେର, କନକଲତା ମେହେର, ରୁନୁ କୁମ୍ଭାର, ଲୋଚନ ମେହେର, ମୁକୁନ୍ଦ ମେହେରଙ୍କ ସହ ଜୋନ୍ ନଂ ୩ ଜୋନ୍ ନଂ ୪ ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା ପାଥର ଜୋନ୍ ନଂ ୧୪ ଜିଲ୍ଲା ପରିଷଦ ସଭ୍ୟା ବିଶେଶ୍ଵରୀ ବରିହା, ଜୋନ୍ ନଂ ୧୫ ଜିଲ୍ଲା ପରିଷଦ ସଭ୍ୟା କସ୍ତୁରୀ ସେଠ, ଜୋନ୍ ନଂ ୧୬ ଜିଲ୍ଲା ପରିଷଦ ସଭ୍ୟା ବାଳିକା ମାଝୀ, ଜୋନ୍ ୨୪ ଜିଲ୍ଲା ପରିଷଦ ସଦସ୍ୟ ଜୟ ଧରୁଆଙ୍କ ସହ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ଉପାଧ୍ୟକ୍ଷ ଖୁସିରାମ ଷାଣ୍ଢ, ବେଳପଡା ବ୍ଲକ ଅଧ୍ୟକ୍ଷା ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର ଓ ତିନି ବ୍ଲକର ବିଧାୟକ ପ୍ରତିନିଧି ହୀମାଞ୍ଚଳ ପ୍ରଧାନ, ପଞ୍ଚୁଦେବ ସାହୁ, ଗଣେଶ କୁମ୍ଭାରଙ୍କ ସମେତ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ, ବିଜେଡିର ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟ ମାନେ ଯୋଗଦେଇ ଥିଲେ ।

Leave A Reply

Your email address will not be published.