oom

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କିସ୍‌ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ଶିକ୍ଷା ବର୍ଷରେ ସମସ୍ତ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବରେ ପାଠ ପଢାଇବା ପାଇଁ ସଚେତନ କରାଇବା, ଶିକ୍ଷା ଅଧିକାର ଆଇନ ୨୦୧୦ ଅନୁସାରେ ସରକାର ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ନିଶୁଳ୍କ ଉଚ୍ଚ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷା ପ୍ରଦାନ କରିବା, ମେଡିକାଲ କଲେଜରେ ମଧ୍ୟ ଆଦିବାସୀମାନଙ୍କ ପାଇଁ ଶତକଡା ୧୨ ପ୍ରତିଶତରୁ ୨୩ ପ୍ରତିଶତ ବୃଦ୍ଧି କରିବାକୁ ଦାବୀ କରାଯାଇଥିଲା । ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଜିଲ୍ଲାର ୩୫ଟି ସେବାଶ୍ରମ, କନ୍ୟାଶ୍ରମ, ଆଶ୍ରମ ସ୍କୁଲ କଲେଜରେ ଶିକ୍ଷାର ଭିତ୍ତିଭୂମୀ ସୁଧାରିବାକୁ ଦାବୀ କରାଯାଇଥିଲା । ଆଜିର ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ସଭାପତି ଶ୍ୟାମ ସୁନ୍ଦର ଭୋଇ, ନାରୀ ସଭାନେତ୍ରୀ ବନଲତା ମାଝି, ସଂପାଦକ ହେମେନ୍ଦ୍ର ନାଥ ହଂସଦା, ବ୍ଲକ ସଭାପତି ବଳଦେବ ଭୋଇ, ଦୁଃଖିଶ୍ୟାମ ପ୍ରଧାନୀ, ଶରତ ଚନ୍ଦ୍ର ସିଂଭୋଇ, ରାଜିବ କୁଅଁର, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ତୁମୁନିଆ, ନଗର ସଭାପତି ନିରଞ୍ଜନ ମାଝି, ଅଚ୍ୟୁତ ଧରୁଆ, ସଂପାଦକ ନାରାୟଣ କିଶାନ, ସୁନିଲ ମାଝି, ମାହେଶ୍ୱରୀ ମାଝି, ଖେଳନ୍ତି ସମରଥ, ଘାସିରାମ ମାଝି, ପୃଥ୍ୱିରାଜ ମାଝି, ଗୋପାଲ ପ୍ରଧାନ, ବିକ୍ରମ ଭୋଇ, ଜଗନ୍ନାଥ ମାଝି, ଘନ ଭୋଇ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

jittmm
Leave A Reply

Your email address will not be published.