ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦିବା ୧୦ ଘଣ୍ଟା ସମୟରେ ପଦ୍ମପୁର ଦିଲ୍ଲୀପ କଲ୍ୟାଣ ମଣ୍ଡପଠାରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନର ଆବାହକ ଅଶୋକ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଗୋରୁବଜାରଠାରେ ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ପଦ୍ମପୁର ଏନ୍ଏସି, ପାଇକମାଲ ବ୍ଲକର ରାଜ ବୋଡାସମ୍ବର କୃଷକ ସଙ୍ଗଠନର ନେତୃ ମଣ୍ଡଳୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମରୁଡି ପ୍ରପୀଡ଼ିତ ଦାଦନ ପ୍ରବଣ ଅଞ୍ଚଳ ପଦ୍ମପୁର ସବ ଡିଭିଜନର ପଦ୍ମପୁର, ପାଇକମାଲ, ଗାଇସିଲେଟ, ଝାରବନ୍ଦ, ବିଜେପୁର, ସୋହେଲା ବ୍ଲକର ଚାଷୀ ସଂଗଠନର ନେତୃତ୍ୱ ମଣ୍ଡଳୀ ଯୋଗ ଦେଇଥିଲେ । ଏହି ବୈଠକରେ ୫ଟି ଗୁରୁତ୍ୱ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଗତ ଖରିଫ ୨୦୨୧ ଫସଲବୀମା ରିଜେକ୍ଟ ରିଭର୍ଟ ଓ ପେଣ୍ଡିଙ୍ଗ ନାଁରେ ଏଚ୍ଡିଏଫ୍ସି ଇଆର୍ଜିଓ କମ୍ପାନୀ ଚକ୍ରାନ୍ତ ଓ ଷଡଯନ୍ତ୍ରକୁ ବିରୋଧ, ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ଯୋଜନାରେ ଚାଷୀ ମାନେ ପାଇଥିବା ବୋରୱେଲ, ଉଠା ଜଳସେଚନ ଯୋଜନାର ବିଦ୍ୟୁତ ଛାଡ଼ କରାଯାଇ ଜଳ କର ନିଆଯାଉ, ପଦ୍ମପୁର ଉପଖଣ୍ଡ ମରୁଡି ପ୍ରପୀଡ଼ିତ ଦାଦନ ପ୍ରବଣ ସମସ୍ତ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଇ ଚାଷୀ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବୀ, ଧାନ ବିକ୍ରି ପ୍ରସଙ୍ଗ, ରବି ଋତୁର ସାରର ଅଭାବୀ, ବିକ୍ରି ଏହି ୫ଟି ମୁଖ୍ୟ ପ୍ରସଙ୍ଗ ସମସ୍ୟାର ସମାଧାନ ଆଗାମୀ ଅପ୍ରେଲ ୩ ତାରିଖ ମଧ୍ୟରେ ନ ହୁଏ ତା’ହେଲେ ଆଗାମୀ ଏପ୍ରିଲର ପ୍ରଥମ ସପ୍ତାହରେ ବିରାଟ ଚାଷୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଲା ରାଜ ବୋଡାସମ୍ବର କୃଷକ ସଙ୍ଗଠନ । ଏହି ବୈଠକରେ ବରଗଡ଼ ଜିଲ୍ଲାର ଚାଷୀ ନେତା ରମେଶ ମହାପାତ୍ର ଯୋଗ ଦେଇ ୫ଟି ପ୍ରସଙ୍ଗ ଉପରେ ଅନେକ ଆଲୋଚନା କରିଥିଲେ । ପଦ୍ମପୁର ବ୍ଲକରୁ ଅଜିତ କୁମାର ଶତପଥୀ, ଅଶୋକ ସାହୁ, ପ୍ରଶାନ୍ତ ପଧାନ, କୈଳାଶ ବାରିକ, ଦହିତ ସାହୁ, ଅମୃତଲାଲ ସାହୁ, ପ୍ରକାଶ ଚନ୍ଦ୍ର ବରିହା, ସୁବାଷ ବରିହା, ସଂକୀର୍ତ୍ତନ ସାହୁ, ଦେବରାଜ ସାହୁ, ଝରବନ୍ଧ ବ୍ଲକରୁ ଅଶୋକ ସାହୁ, କ୍ଷମାନିଧି ସାହୁ, ପାଇକମାଲରୁ ରାହାସ ବିହାରୀ, ଲିଙ୍ଗରାଜ ପଧାନ, ସଫେଦ ବାରିକ, ଗାଇସିଲେଟରୁ ଅରବିନ୍ଦ ପଣ୍ଡା, ବିରେନ୍ଦ୍ର ପଧାନ, ସରୋଜ ସାହୁ, ଗଜପତି ସାହୁ, ବିରେନ୍ଦ୍ର ସାହୁ, ବିଜେପୁରରୁ ଯଦୁମଣି ପଟେଲ, କ୍ଷେତ୍ର ମୋହନ ସାହୁ, ମହେନ୍ଦ୍ର ପଧାନ, ସୋହେଲା ସରୋଜ ଭୋଇ, ପ୍ରଭାତ ସାହୁ ଓ ସମସ୍ତ ବ୍ଲକରୁ ଚାଷୀମାନେ ଯୋଗ ଦେଇଥିଲେ ।
Prev Post