oom

ଜିଲ୍ଲା ଓକିଲ ସଂଘ ନିର୍ବାଚନ : ଚନ୍ଦ୍ରଧ୍ଵଜ ଜାଲ ସଭାପତି ଓ ହରିହର ପ୍ରଧାନ ସାଧାରଣ ସମ୍ପାଦକ

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ଵଜ ଜାଲ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ହରିହର ପ୍ରଧାନ ଲଗାତାର ତୃତୀୟ ଥର ପାଇଁ ତଥା ସର୍ବମୋଟ ଚତୁର୍ଥ ଥର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ପୋଲିଂ ହୋଇଥିବା ସର୍ବମୋଟ ୨୮୭ ଭୋଟରୁ ଚନ୍ଦ୍ରଧ୍ଵଜ ଜାଲ ୧୮୫ ଭୋଟ ପାଇ ସଭାପତି, ହରିହର ପ୍ରଧାନ ୧୪୮ ଭୋଟ ପାଇ ସାଧାରଣ ସମ୍ପାଦକ, ହେମନ୍ତ ପୁରୋହିତ ୧୭୪ ଭୋଟ ପାଇ ଉପ-ସଭାପତି, ରାଜେନ୍ଦ୍ର ମହାନ୍ତି ୧୪୯ ଭୋଟ ପାଇ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ପ୍ରକାଶ ଥାଉକି ପୂର୍ବରୁ କାର୍ଯ୍ୟକାରୀ କମିଟିର ୧ ନମ୍ବର କେଟାଗୋରୀରେ ହରଦୀପ ସିଂ ଓ କିଶୋର ଦାଶ, ୨ ନମ୍ବର କେଟାଗୋରୀରେ ଅନୁପ ଶତପଥୀ ଓ ସୁଧୀର ଦେବତା, ୩ ନମ୍ବର କେଟାଗୋରୀରେ ସନକ ଦାଶ ଓ ଶୁକଦେବ ସାହୁ ପୂର୍ବରୁ ନିର୍ବିରୋଧ ନିର୍ବାଚିତ ହୋଇଥିଲେ । ଆଜିର ନିର୍ବାଚନକୁ ବରିଷ୍ଠ ଓକିଲ ପଞ୍ଚାନନ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ପରିଚାଳନା କରି ଥିବା ବେଳେ ତାଙ୍କୁ ଦିପାଂଶୁ ଆଚାର୍ଯ୍ୟ, ବିକ୍ରମାଦିତ୍ୟ ପଣ୍ଡା, ଟୁନାଜ୍ ଚନ୍ଦ୍ର ତ୍ରିପାଠୀ, ଦ୍ୟୁତିଶ ଆଚାର୍ଯ୍ୟ, କିରଣ ମିଶ୍ର, ଜିତୁ ସାହୁ, ସୋମଦତ୍ତ ମହାପାତ୍ର, ଅପ୍ରମିତ ମିଶ୍ର, ଅଧିକାରୀ ପ୍ରଧାନ ସହଜୋଗ କରିଥିଲେ ।

jittmm
Leave A Reply

Your email address will not be published.