oom

ସାଇଟ୍‌ ନର୍ସିଂ କଲେଜରେ ଶପଥ ଗ୍ରହଣ ଓ ୧୭ତମ ବାର୍ଷିକ ଉତ୍ସବ ପାଳନ

jsmm
  • ୧୨୦ ଜଣ ଛାତ୍ରଛାତ୍ରୀ ଶପଥ ନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ସାଇଟ ନର୍ସିଂ କଲେଜଠାରେ ଏମ୍‌.ଏସ୍‌.ସି ନର୍ସିଂ, ବି.ଏସ.ସି. ନର୍ସିଂ, ଜି.ଏନ.ଏମ. ଏବଂ ଏ.ଏନ.ଏମ. ନର୍ସିଂ ଛାତ୍ରଛାତ୍ରୀଙ୍କ ଏକାଦଶତମ ଶପଥ ଗ୍ରହଣ ଓ ୧୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଶପଥ ଗ୍ରହଣ ସମାରୋହରେ ୧୨୦ଜଣ ନୂତନ ନର୍ସିଂ ଛାତ୍ରଛାତ୍ରୀ ଶପଥ ନେଲେ । ନର୍ସିଂ ଅଧ୍ୟକ୍ଷା ସ୍ନିଗ୍‌ଧା ମିନତି ଦାନିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସାଇଟ ପ୍ରତିଷ୍ଠାତା ଡ.ଶ୍ରୀକର ମିଶ୍ର ଉଦଘାଟନୀ ଅଭିଭାଷଣ ପ୍ରଦାନ କରି ଉତ୍ତମ ସେବିକା ହେବାକୁ ଆହ୍ୱାନ ଦେଇଥିଲେ । ରାଜେନ୍ଦ୍ର ୟୁନିଭର୍‌ସିଟି, ବଲାଙ୍ଗିର ଭାଇସ୍‌ ଚାନସେଲର ପ୍ରଫେସର ଉମାବଲ୍ଲଭ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ ସମାରୋହକୁ ଘୋଷଣା କରି ରୋଗୀ ସେବାରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ରାଜେନ୍ଦ୍ର ୟୁନିଭରସିିଟି ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅକ୍ଷୟ କୁମାର ମିଶ୍ର ଓ କଲେଜ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ବିଘ୍ନେଶ ପ୍ରସାଦ ମିଶ୍ର ଯୋଗ ଦେଇ ନିଷ୍ଟାପର ସେବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ବାର୍ଷିକ ଉତ୍ସବରେ ବଲାଙ୍ଗିର ଜିଲ୍ଲା ମ୍ୟାଲେରିଆ ଅଫିସର ଡା. କୁବେର ଚନ୍ଦ୍ର ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦକ୍ଷ ଓ ଆଦର୍ଶ ନର୍ସ ହେବା ପାଇଁ ପ୍ରେରଣା ଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେନେଜର ଡା. ସୁଦିପ୍ତ ଦତ ଯୋଗଦେଇ ନର୍ସିଂ ସେବା ନିଷ୍ଠାପର ଭାବରେ କରିବା ପାଇଁ ପ୍ରୋତ୍ସାହୀତ କରିଥିଲେ । ନୃତ୍ୟ, ଗୀତ, ରଙ୍ଗୋଲି, ଡିବେଟ ଆଦି କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । ପରିଶେଷରେ ସାଇଟ ନର୍ସିଂ ପ୍ରଶାଶନିକ ଅଧିକାରୀ ଡା. ସିଦ୍ଧେଶ୍ଵର ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଲୋପାମୁଦ୍ରା ମିଶ୍ର ସଂଯୋଜନା କରିଥିବା ବେଳେ ଭଗବତୀ କୌସଲ୍ୟା ନର୍ସିଂ କଲେଜ ଅଧକ୍ଷା ନେହା କୌର, ଅଶୋକ କୁମାର ପଧାନ, କାମରୁନ ନିଶା, ଅମିୟ ଜୋଷୀ, ଅଭିଲିପ୍ସା ବାହିନୀପତି, ସୋମାରେସ୍ନା ମିଶ୍ର, ରୋଜାଲିନ ରାଜହଂସ, ପ୍ରିୟବ୍ରତ ଖଟୁଆଙ୍କ ସହିତ ସମସ୍ତ ଅଧ୍ୟାପିକା/ଅଧ୍ୟାପକ ସହଯୋଗ କରିଥିଲେ । ଶେଷରେ ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.