csstore

ପଥପ୍ରାନ୍ତ ନାଟକ କରି ହାତଧୁଆ ଶିଖାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚିମିନିଭାଟି ପଡା ଠାରେ ଥିବା ଶାସ୍ତ୍ରୀ କ୍ଲବ ଆନୁକୂଲ୍ୟରେ ବିଶ୍ୱ ହାତଧୁଆ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ଲୋକଙ୍କୁ ସ୍ୱଚ୍ଛତା ନେଇ ସଚେତନ କରାଯାଇଥିଲା । କ୍ଲବର କାର୍ଯ୍ୟକର୍ତ୍ତାମାନେ ପଡା ପରିକ୍ରମା କରିବା ସହ ଲୋକଙ୍କୁ ହାତ ଧୁଆ, ମାକ୍ସ ତଥା ସାନିଟାଇଜର ବ୍ୟବହାର ଏବଂ ସାମାଜିକ ଦୂରତା ସମ୍ପର୍କରେ ପଥପ୍ରାନ୍ତ ନାଟକ ଜରିଆରେ ବୁଝାଇଥିଲେ । ଏହା ସହ ଗରିବ ଲୋକଙ୍କୁ ହାତଧୁଆ ସାବୁନ ବଣ୍ଟନ କରାଯାଇଥିଲା । କରଙ୍ଗାକଟାର ଆବାହକ ପ୍ରଶାନ୍ତ ମହାକୁରଙ୍କ ଆବାହକତ୍ୱରେ ଅତିଥି ଭାବେ ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା ସ୍ତମ୍ଭକାର ହେମନ୍ତ କୁମାର ପଣ୍ଡା, ଡା. ରାମଜୀ ପ୍ରସାଦ ଠାକୁର, ପୂର୍ବତନ କାଉନସିଲର ତଥା କ୍ଲବ ସଭାପତି ଶମ୍ଭୁ ନାଗ, ୟୁଥ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ ଯୋଗ ଦେଇଥିଲେ । ରେଡକ୍ରସରୁ ସ୍ୱେଚ୍ଛାସେବୀ ଶିକ୍ଷକ ରାମନାରାୟଣ ଦାସ, ମୀନକେତନ ଡାଙ୍ଗ, ଇଶ୍ୱର ବାଗଙ୍କ ସମେତ କ୍ଲବର କାର୍ଯ୍ୟକର୍ତ୍ତାମାନେ ଏଥିରେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.