ପାଟଣାଗଡ଼ ପୌର ନିର୍ବାଚନ ଫଳାଫଳ : ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ବିଜୟୀ, ୧୫ଟି ୱାର୍ଡରୁ ୧୪ ଟି ୱାର୍ଡରେ ବିଜେଡି କାଉନସିଲର, ଜଣେ ସ୍ଵାଧିନ ପ୍ରାର୍ଥୀ ବିଜୟୀ, ବିଜେପି ଶୂନ୍ୟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପାଟଣାଗଡ଼ ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ମୋଟ ୬୬୩୭ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ବୁଡୁ ଶବର ୩୫୭୧ ପାଇଥିଲେ । ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ଵାଳ ୩୦୬୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସେହିପରି ପାଟଣାଗଡ଼ ୧୫ଟି ୱାର୍ଡ ମଧ୍ୟରୁ ୧୪ଟି ୱାର୍ଡରେ ବିଜେଡି କାଉନସିଲର ବିଜୟ ହାସଲ କରିଥିବା ବେଳେ ୱାର୍ଡ ନଂ ୧୩ରୁ ସ୍ଵାଧୀନ କାଉନସିଲର ପ୍ରାର୍ଥିନୀ ରୁନୁ କୁମ୍ଭାର ବିଜୟୀ ହୋଇଛନ୍ତି । ବିଜେପି ଖାତା ଖୋଲି ପାରିନାହିଁ ।

Leave A Reply

Your email address will not be published.