ଆଜି ହାଇକୋର୍ଟ ସମେତ ୧୫୧ ବାର୍‌ ଆସୋସିଏସନ୍‌ ନିର୍ବାଚନ : ଭୋଟ୍‌ ଦେବେ ୩୦ ହଜାର ୬୦୦ ଆଇନଜୀବୀ, ଅପରାହ୍ନରେ ଫଳାଫଳ

କଟକ : ଆଜିଠୁ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ୧୫୧ଟି ବିଭିନ୍ନ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୩୦ ହଜାର ୬ଶହ ଆଇନଜୀବୀ ସେମାନଙ୍କର ମତଦାନ କରିବେ । ଭୋଟ୍‌ ଗ୍ରହଣ ପରେ ସାଙ୍ଗେସାଙ୍ଗେ ଭୋଟ୍‌ ଗଣତି ଆରମ୍ଭ ହେବ ।

ବାର୍‌ କାଉନସିଲ୍‌ର ନିର୍ଦ୍ଦେଶକ୍ରମେ କିଛି ବର୍ଷ ହେଲାଣି ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସମସ୍ତ ବାର୍‌ର ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି । ପ୍ରତିବର୍ଷ ମାର୍ଚ୍ଚ ଶେଷ ଶନିବାର ନିର୍ବାଚନ କରିବାକୁ ଦିନ ଧାର୍ଯ୍ୟ ହୋଇଛି । ପୂର୍ବରୁ ରାଜ୍ୟର ୧୮୬ଟି ବାର୍‌ରେ ନିର୍ବାଚନ ହେଉଥିଲା । କିନ୍ତୁ କିଛି ବାର୍‌ରେ ୩୦ ଜଣରୁ କମ୍‌ ସଦସ୍ୟ ରହିବାରୁ ସେମାନଙ୍କ ବାର୍‌ରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଫଳରେ ଏବେ ୧୫୧ଟି ବାର୍‌ରେ ନିର୍ବାଚନ ହେଉଛି । ସକାଳ ୮ଟାରୁ ବିଭିନ୍ନ ବାର୍‌ରେ ଭୋଟ୍‌ ଗ୍ରହଣ ହେବାର ଯୋଜନା ରହିଛି ।

Leave A Reply

Your email address will not be published.