oom

ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଦ୍ଵାରା ଭୀମପାହାଡରେ ନୌକା ବିହାରର ଶୁଭାରମ୍ଭ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନଚିତ୍ରରେ ସ୍ଥାନ ପାଇଥିବା ଦେଓଗାଁ ବ୍ଳକର ଭୀମପାହାଡ଼ ପାଦଦେଶରେ ଥିବା ଜଳାଶୟରେ ଶୁକ୍ରବାର ଦିନ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ନୌକା ବିହାରର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀରେ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କ ସମାଗମ ରହୁଥିବାରୁ ଏହି ନୌକା ବିହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ମତ ପ୍ରକାଶ ପାଇଛି । ଏହି ସଭାକୁ ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଶୈଳେନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ନବ ନିର୍ବାଚିତ ମୁକୁନ୍ଦପୁର ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ସରପଞ୍ଚ ଶ୍ରୀମତୀ ଜାନକୀ ସାହୁ, ଉପରଝର ସମିତି ସଭ୍ୟା ଶ୍ରୀମତୀ ବୀଣାପାଣି ବିଶ୍ଵାଳ, ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ ବହିଦାର, ବିଭୂତି ଭୂଷଣ ମିଶ୍ର, ଅନଙ୍ଗ ପଧାନ, ଧବଳେଶ୍ଵର ନାୟକ, ନନ୍ଦୀ ନାୟକ, ରାଜୀବ ବିଶ୍ଵାଳ, ସୁନିଲ ମେହେର, ଜତନ୍ ବାରିକ, ନେହେରୁ ବିଶ୍ଵାଳଙ୍କ ସହ ନିକଟସ୍ଥ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ଭୀମପାହାଡ ପାଦଦେଶରେ ଥିବା ରୁଗୁଡ଼ିପାଲି ଓ ଉପରଝରର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.