oom

ଆଗାମୀ ମାର୍ଚ୍ଚ ୨୮, ୨୯ ଦେଶବ୍ୟାପୀ ଧର୍ମଘଟ ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ଜିଲ୍ଲା ଇଉନାଟେଡ୍‌ ଅଫ୍‌ ବଲାଙ୍ଗିରର ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ୱରେ ଆଗାମୀ ମାର୍ଚ୍ଚ ୨୮, ୨୯, ଭାରତ ବର୍ଷର କେନ୍ଦ୍ରୀୟ ଶ୍ରମିକ ମିଳିତ ମଂଚର ଡାକରାରେ ହେବାକୁ ଥିବା ଦୁଇ ଦିନିଆ ଧର୍ମଘଟକୁ ବଲାଙ୍ଗିର ଜିଲ୍ଲାରେ ସଫଳ ରୂପ ନେବା ପାଇଁ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଓ କୃଷକ ସଂଗଠନମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇ ଭାରତ ସରକାରଙ୍କ ଭୁଲ ଅର୍ଥନୀତି ଓ ବିମୁଦ୍ରିକରଣ ଯୋଗୁଁ ଆଜି ଦରଦାମ ବୃଦ୍ଧି ଓ ବେରୋଜଗାରୀ ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାରୀ ଉଦ୍ୟୋଗର ଘରକରଣ ଓ ଚାଷ ତଥା ଚାଷୀ ବିରୋଧୀ ଏବଂ ଶ୍ରମ ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ସମ୍ପୂର୍ଣ୍ଣ ଅର୍ଥନୀତି ଭୁଷୁଡି ପଡିଥିବା ଯୋଗୁଁ କର୍ମନିଯୁକ୍ତି ସୃଷ୍ଟି କରିବାରେ ସରକାର ବିଫଳ ହୋଇଥିବା ଦର୍ଶାଇଥିଲେ । ଫଳରେ ଭାରତ ବର୍ଷର ସମସ୍ତ ଶ୍ରମିକ କୃଷକ ସଂଗଠନ ଏକତ୍ରିତ ହୋଇ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଯୁବକ କୃଷକ ନେତା ଆକାଶ କୁମାର ମିଶ୍ର, ପଶ୍ଚିମ ଓଡିଶା ବିଜୁଳି କର୍ମଚାରୀ ସଂଘ ସଭାପତି ମନୋରଞ୍ଜନ ସାହୁ, କୃଷକ ନେତା ଅରୁଣ ସାହୁ, ଅବସରପ୍ରାପ୍ତ ସୈନିକ ସଂଘ ନେତା ବିଭୁତି ଭୂଷଣ ପାଣିଗ୍ରାହୀ, ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ନେତା ପ୍ରେମାନନ୍ଦ ଭୋଇ, କଂଗ୍ରେସ ନେତା ବିଧୂଭୂଷଣ ତ୍ରିପାଠୀ, ଅନଙ୍ଗ ଠାକୁର, ଚାଷୀ ନେତା ମଧୁ ସୁଦନ କ୍ଷେତୀ, ଆଶା କର୍ମୀ ସଂଘ ସଭାପତି ତିର୍ଥ ପ୍ରଧାନ, ସିଟିୟୁସିର ସୁନିଲ ଭୋଇ, ଜିଲ୍ଲା ଆଶାକର୍ମୀ ସଂଘରୁ ଦିଲିପ ଭୋଇ, ଯଶୋବନ୍ତି ବେହେରା, ଉର୍ମି ଗୁପ୍ତା, ଉଜଳି ମେହେର, ସରସ୍ୱତୀ ଶର୍ମା ପାଚିକା ସଂଘର ଜଗବନ୍ଧୁ ବେହେରା ପ୍ରମୁଖ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.