ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ୧୦ଲକ୍ଷ ଟଙ୍କା ଜବତ କରିବା ସହ ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସଙ୍କୁ ଭିଜିଲାନ୍ସ ଡିଏସ୍‌ପି ତାଙ୍କ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚୁରା କରୁଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦେବା କଥା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ । ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସଂପତ୍ତି ଉପରେ ନଜର ରଖିଛି ଭିଜିଲାନ୍ସ ବିଭାଗ ।

Leave A Reply

Your email address will not be published.