csstore

ଫି’ ରେଗୁଲେସନ୍‌ ଅର୍ଡିନାନ୍ସ ଦାବୀରେ ଗଣଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଓଡିଶା ଅଭିଭାବକ ମହାସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫି’ ରେଗୁଲେସନ୍‌ ଅର୍ଡିନାନ୍ସ ଦାବୀରେ ଗଣଧାରଣା ଦିଆଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସରକାର ଘରୋଇ ସ୍କୁଲ ସବୁ ଖୋଲିବାକୁ ଦେଇଛନ୍ତି ଅଥଚ ସ୍କୁଲଗୁଡିିକରେ ଫି’ ପ୍ରଦାନ ପାଇଁ କୌଣସି ଆଇନ ବ୍ୟବସ୍ଥା କରି ନ ଥିବାରୁ ଘରୋଇ ବିଦ୍ୟାଳୟ ସବୁ ଅଭିଭାବକମାନଙ୍କୁ ମନଇଚ୍ଛା ଶୋଷଣ କରୁଛନ୍ତି । କରୋନା ମହାମାରୀ ସମୟରେ ଅଭିଭାବକମାନଙ୍କୁ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଧମକ ଦେଇ ଫି’ ଆଦାୟ କରୁଛନ୍ତି, ଯେଉଁ ସେବା ବିଦ୍ୟାଳୟ ସବୁ ପ୍ରଦାନ କରୁନାହାନ୍ତି । ଫି’ ଅସୁଲିକୁ ଅଭିଭାବକ ମହାସଂଘ ଘୋର ବିରୋଧ କରିବା ସହ ଫି’ ଅର୍ଡିନାନ୍ସ ଲାଗୁ ଦାବୀରେ ଗଣଧାରଣା ଦେଇଥିଲେ ।

ଏଥିରେ ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର, ସହ ଆବାହକ ଫିରୋଜ କୁମାର ସାହୁ, ରାଜ୍ୟ ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଦଳିତ ନେତା ତ୍ରିଲୋଚନ ନନ୍ଦ ସହିତ ପ୍ରଦୀପ କୁମାର ସାହୁ, ଶୀତାଂଶୁ ଶେଖର ଗୁରୁ, ସୁରଜ କୁମାର ବକୁଲ, ରିତୁରାଜ ସିଂ, ସନ୍ତୋଷ କୁମାର ଭୋଳ, ଦେବାନନ୍ଦ ନାୟକ, ସୁଶୀଳ କୁମାର ସାହୁ ଆଦି ଯୋଗଦାନ କରି ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.