ନବୀନ ନିବାସରୁ ଚାଲି ଚାଲି ଯାଇ ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ବୁଥ୍‌ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ନଳିନୀ ପ୍ରଭା ଖଟେଇ ଏବଂ କଂଗ୍ରେସ ପକ୍ଷରୁ ନିବାସୀ ଦେଈ ନିର୍ବାଚନ ଲଢୁଛନ୍ତି । ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।

Leave A Reply

Your email address will not be published.