ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ

ବେଲପଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ୍ ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଗମ୍ଭାରୀ ଆଞ୍ଚଳିକ ଯୁବ ସଂଗ୍ରାମ କମିଟି ପକ୍ଷରୁ ଶହୀଦ ଦିବସ ପାଳିତ ହୋଇଛି । କମିଟିର ସଭ୍ୟ ବିକାଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କମିଟି ସଭ୍ୟ ହରି ମେହେର, ତାମସ କୁମାର ବେହେରା, ଶିବ ସାହୁ ପ୍ରମୁଖ ଶହୀଦ ଭଗତ ସିଂଙ୍କର ମାତୃଭୂମି ପ୍ରତି ପ୍ରେମ ଓ ତାଙ୍କ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଗୋସେପ ବାଗ ସଂଗ୍ରାମୀ ସଙ୍ଗୀତ ପରିବେଷଣ କରିଥିଲେ । କମିଟି ସଭ୍ୟ ଅବନୀ ଗଡତ୍ୟା, ଯୁଗଳ ମହାକୁର, ସୀତାରାମ ରାଉତ, ରିଙ୍କୁ ସେଠ୍, ରବୀନ୍ଦ୍ର ପଧାନ ପ୍ରଭୃତି ଉପସ୍ଥିତ ଥିଲେ । ଶେଷରେ ମଧୁସୂଦନ ବାଗ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଂଗ୍ରାମୀ ସ୍ଲୋଗାନ ମାଧ୍ୟମରେ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Leave A Reply

Your email address will not be published.