ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ଗୀଷ୍ମ କାଳରେ ପଶୁ ପକ୍ଷୀମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା ଆୟୋଜିତ

ଢେଙ୍କାନାଳ, (ତାପସ ଦାସ) : ଜାତି ସଙ୍ଘ ପୁରସ୍କାର ପ୍ରାପ୍ତ ପରିବେଶବିତ୍‌ ଶୁଭାଂଶୁ ଶତପଥିଙ୍କ ଦ୍ୱାରା ରଘୁନାଥପୁର ତିଳପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୀଷ୍ମ କାଳରେ ପଶୁପକ୍ଷୀ ମାନଙ୍କର ଜଳ ସମସ୍ୟା ଦୂର କରିବା ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ଛାତ୍ରଛାତ୍ରୀଙ୍କୁ ଖରା ଦିନରେ ନିଜ ଘର ଅଗଣା ଏବଂ ଛାତରେ ପାଣି ରଖିବାକୁ ପରାମର୍ଶ ଦେଇ ଏହାର ଉପକାରିତା ବିଷୟରେ ବୁଝାଇଛନ୍ତି । ପୂର୍ବରୁ ପ୍ରାୟ ୧୦ ବର୍ଷ ହେବ ଶ୍ରୁଭାଂଶୁ ଅନେକ ସ୍କୁଲ ଏବଂ ଗାଁରେ ଏହି କର୍ମଶାଳା କରି ସାରିଥିବା ବେଳେ ୧୦ ହଜାରରୁ ଅଧିକ ମାଟି ପାତ୍ର ବଣ୍ଟନ କରିଛନ୍ତି ।

Leave A Reply

Your email address will not be published.