ତାଇୱାନରେ ଭୂମିକମ୍ପ ଅନୁଭୂତ

ତାଇପେଇ : ତାଇୱାନର ରାଜଧାନୀ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨ କିଲୋମିଟର ଦୂରରେ ରହିଥିଲା ବୋଲି ଜାତୀୟ ଭୂ-ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଏଯାଏଁ ସୂଚନା ମିଳିନାହିଁ ।

Leave A Reply

Your email address will not be published.