csstore

ହାଇଦ୍ରାବାଦ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୧୧ଜଣ ବିହାରୀ ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦ୍ : ଭାର ପ୍ରାୟ ୪ଟା ବେଳେ ହାଇଦ୍ରାବାଦ୍‌ର ଭୋଇଗୁଡ଼ା ଅଞ୍ଚଳରେ ଥିବା ଗୋଟାଏ କବାଡ଼ିଆ ‌ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଜଣ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏ ସଂକ୍ରାନ୍ତରେ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି । କେନ୍ଦ୍ରୀୟ ଜୋନ୍‌ର ଡେପୁଟି ପୋଲିସ୍‌ କମିସନର୍‌ କହିଛନ୍ତି, ଭସ୍ମୀଭୂତ ଗୋଦାମ ଘରୁ ୧୧ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇ ଔପଚାରିକ ପ୍ରକ୍ରିୟା ନିମନ୍ତେ ଗାନ୍ଧୀ ହସ୍ପିଟାଲ୍‌କୁ ପଠାଯାଇଛି । ଉଦ୍ଧାର ‌ହୋଇଥିବା ଶବଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଆଉ ଚିହ୍ନିବା ପରିସ୍ଥିତିରେ ନାହିଁ । ଅଘଟଣରେ ବ୍ୟଥିତ ହୋଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୋକବ୍ୟକ୍ତ କରିବା ସହିତ ପ୍ରତି ମୃତ ଶ୍ରମିକଙ୍କ ସକାଶେ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି।

jayashree
Leave A Reply

Your email address will not be published.