ପ୍ରଧାନପାଲି ବିଦ୍ୟାଳୟଠାରେ ସପ୍ତାବର୍ଣ୍ଣା ପ୍ରାଚୀର ପତ୍ରିକା ମହାସମାରୋହରେ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଉଚ୍ଚ ବିଦ୍ୟାଳୟ କିଲାସମାର୍ (୫ଞ ବିଦ୍ୟାଳୟ) ପ୍ରଧାନପାଲି ବିଦ୍ୟାଳୟଠାରେ ସପ୍ତାବର୍ଣ୍ଣା ନାମକ ଏକ ପ୍ରାଚୀର ପତ୍ରିକା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ, ଖିଣ୍ଡାର ବିଜ୍ଞାନ ଶିକ୍ଷକ ତଥା ବିଶିଷ୍ଟ ସହିତ୍ୟିକ ଡକ୍ଟର ଗୌରୀଦାସ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡକ୍ଟର ପଧାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସମୟରେ କବିତା ଲେଖିବା କେତେ ସହଜ ଓ କିପରି ଲେଖିବା ତଥା ସାହିତ୍ୟ ମନସ୍କ ହେବା ପାଇଁ ଉତ୍ସାହିତ କରିଥିଲେ । ଏହା ସହିତ ଜୀବନ ଲକ୍ଷ୍ୟ ହାସଲ କିପରି କରିବେ ଓ କଠିଣ ପରିଶ୍ରମର ମୂଲ୍ୟ ବୁଝାଇ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁକଲ୍ୟାଣି ବାରିକ ସଭାପତିତ୍ୱ କରି ଭଲ ମଣିଷ ହେବାର ବାଟ କ’ଣ ତାହା ପିଲା ମାନଙ୍କୁ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ । ଏହି ପତ୍ରିକାରେ ଉଭୟ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ଚାରୋଟି କ୍ଷୁଦ୍ର ଗଳ୍ପ ଓ ନଅଟି କବିତା ସ୍ଥାନିତ ହୋଇଛି । ଏହି ଉନ୍ମୋଚନୀ ସଭାରେ ସ୍ୱରଚିତ କବିତା ଓ ଗଳ୍ପ ମାନ ଛାତ୍ରଛାତ୍ରୀ ପାଠ କରିଥିଲେ । ସେମାନେ ହେଲେ ଅଙ୍କିତା ବିଶ୍ୱାଳ, ମଧୁମିତା ପଧାନ, ମନୀଷା ବିଶ୍ୱାଳ, ଜ୍ୟୋତିରାଣୀ ସିଂ, ଜ୍ୟୋତିକା ପଟେଲ, ଅନୁ ପଟେଲ, ମିଳି ମୁଣ୍ଡା ଓ ଅମ୍ବିକା ଯଉଡା । ଉକ୍ତ ସଭାକୁ ସୁନ୍ଦର ଶୈଳୀରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧାଂଶୁ ଭୂଷଣ ଷଣ୍ଢ ସଞ୍ଚାଳନ କରିଥିଲେ ଓ ଶ୍ରୀମତୀ ବିଦ୍ୟାବତୀ ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ରଞ୍ଜନ କୁମାର ସାହୁ, ରୀନା ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକଙ୍କ ସହିତ ଛାତ୍ର ସ୍ୱାଧୀନ ପଧାନ ଓ ଛାତ୍ରୀ ପ୍ରିୟା ସୁନା ପତ୍ରିକାର କଳେବର ନିର୍ମାଣରେ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.